ପୁଣି ଖୋଲିବ ଆରୁଷି ହତ୍ୟା ମାମଲା ଫାଇଲ
10/08/2018 at 10:45 AM

ପୁଣି ଖୋଲିବ ଆରୁଷି ହତ୍ୟା ମାମଲା ଫାଇଲ। ଆହ୍ଲାବାଦ ହାଇକୋର୍ଟର ରାୟକୁ ଚ୍ୟାଲେ଼ଞ୍ଜ କରି ସିବିଆିଇର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସିବିଆଇର ଆବଦନ ସହ ଡାକ୍ତର ଦମ୍ପତି ତଲୱାରଙ୍କ ଘରେ କାମ କରୁଥିବା ଘରୋଇ ସହାୟକଙ୍କ ପତ୍ନୀ ଏହି ମାମଲାରେ କରିଥିବା ଆବେଦନର ମଧ୍ୟ ଶୁଣାଣି କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏନେଇ ଡାକ୍ତର ଦମ୍ପତିଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ୨୦୦୮ର ଏହି ଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ଆହ୍ଲାବାଦ ହାଇକୋର୍ଟ ଗତବର୍ଷ ଅକ୍ଟୋବର ୧୨ରେ ନିର୍ଦୋଷ ଘୋଷଣା କରିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଏବର୍ଷ ମାର୍ଚ୍ଚ ମାସରେ ସିବିଆଇ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା।