Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ସମର୍ଥନରେ ଆସିଲେ ଅରୁସା ଆଲାମ, କହିଲେ- ଅଭିଯୋଗ ଆଣୁଥିବା ଲୋକେ ‘ରାଜନୈତିକ ଅନାଥ’

26/10/2021 at 4:28 PM

ଚଣ୍ଡିଗଡ ୨୬/୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ପାକିସ୍ତାନୀ ବାନ୍ଧବୀ ଅରୁସା ଆଲାମଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଅରୁସା ଆଲାମ ଜଣେ ଆଇଏସଆଇ ଏଜେଣ୍ଟ ବୋଲି ମଧ୍ୟ ଅଭିଯୋଗ ଆସୁଛି । ଏହା ପରେ କ୍ୟାପଟେନ୍‌ ଅରୁସାଙ୍କ ସହ ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ଏମିତି ୧୪ ଫଟୋ ସୋସିଆଲ ମିଡିଆରେ ଅମରିନ୍ଦର ସେୟାର କରିବା ପରେ କେବଳ ପଞ୍ଜାବ ନୁହେଁ ପୂରା ଦେଶରେ ରାଜ​‌ନୈତି ଆରୋପ ପ୍ରତ୍ୟାରୋପ ତୀବ୍ର ହୋଇଛି । ସେପଟେ ଖୋଦ ଅରୁସା ଆଲାମ ମଧ୍ୟ କ୍ୟାପଟେନ ଅମରିନ୍ଦର ସିଂହଙ୍କ ସପକ୍ଷରେ ପ୍ରତିକ୍ରିୟା ରଖିଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସ୍‌କୁ ଦେଇଥିବା ସାକ୍ଷାତକାରରେ ଅରୁସା କହିଛନ୍ତି, ‘ମୁଁ ବହୁତ ଭାଗ୍ୟଶାଳୀ ଅମରିନ୍ଦର ମୋତେ ଦୁନିଆର ଜଣେ ବନ୍ଧୁ ବୋଲି ସ୍ବୀକାର କରିଛନ୍ତି । ଆମର ମାନସିକ ଏବଂ ଆଇକ୍ୟୁ ସ୍ତର ପ୍ରାୟ ସମାନ।’ ଇସ୍ଲାମାବଦରୁ ଟେଲିଫୋନ୍‌ରେ ଆଲୋଚନା ବେଳେ ଆଇଏସଆଇ ଏଜେଣ୍ଟ ନେଇ ଅଭିଯୋଗ ଉପରେ ଅରୁସା କହିଛନ୍ତି, ‘ମୁଁ ବହୁତ ଦୁଃଖୀ, ବହୁତ ନିରାଶ ହୋଇଛି। ଗତ ୧୬ ବର୍ଷ ହେଲା ଭାରତ ଆସୁଛି। ପ୍ରତି ବର୍ଷ ଭିସା ଡ୍ୟୁ କ୍ଲିୟରାନ୍ସ ପରେ ମିଳୁଛି। କଣ ଅଭିଯୋଗ ଆଣୁଥିବା ଲୋକଙ୍କୁ ଲାଗୁଛି କି ର’ ମଧ୍ୟ ଆଇଏସଆଇ ସହ ହାତ ମିଳାଇଛି। ଆପଣଙ୍କ ଆଇବି, ପ୍ରତିରକ୍ଷା ଏଜେନ୍ସି, ବିଜେପି ନେତୃତ୍ବାଧୀନ ଏନଡିଏ ସରକାର, କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର-କଣ ସେମାନେ ସବୁ ଆଇଏସଆଇ ଲିଙ୍କରେ ଅଛନ୍ତି ?’  

ଏହା ସହ ସେ ଆହୁରି କହିଛନ୍ତି, ଏହା ତର୍କ ବିହୀନ, ପ୍ରକୃତରେ ଏହି ସବୁ ଅଭିଯୋଗକୁ ଖାତିର ନାହିଁ। କେବଳ ସେତିକି ନୁହେଁ ଅଭିଯୋଗ ଆଣୁଥିବା ରାଜନେତାଙ୍କ ଉପରେ ଅରୁସା ଖୁବ ବର୍ଷିଛନ୍ତି। ସେ କହିଛନ୍ତି, ଆପଣମାନେ ଏତେ ତଳକୁ କେମିତି ଖସି ଯାଉଛନ୍ତି ? ଦୟାକରି ଲୋକଙ୍କ ପାଇଁ କିଛି କାମ କରନ୍ତୁ। ଯଦି ଆପଣମାନେ ସରକାରରେ ଅଛନ୍ତି ତେବେ ମୋତେ କଣ ପାଇଁ  ଏହା ଭିତରକୁ ଟାଣୁଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଅରୁସାଙ୍କୁ ଲାଗୁଛି କ୍ୟାପଟେନଙ୍କ ୧୮ ସୂତ୍ରୀ ଏଜେଣ୍ଡା ଏବଂ ସେହିଭଳି କାର୍ଯ୍ୟର ବାହାନା କରି ତାଙ୍କୁ ସିଏମ ପଦରୁ ହଟାଇ ଦିଆଗଲା। ସେମାନଙ୍କ ମୂଳ ବିଚାର କେବଳ କ୍ୟାପଟେନଙ୍କୁ ହଟାଇବା ଥିଲା। ତାପ​‌ରେ ସେମାନେ ଏହି ସବୁ କାର୍ଯ୍ୟ କରିବାରେ ବିଫଳ ହେଉଛନ୍ତି।

ଏହା ବ୍ୟତୀତ ଅରୁସା କହିଛନ୍ତି, କ୍ୟାପେଟନ ସାହେବ ବହୁତ ଭଲ କାମ କରୁଥିଲେ। ମୋ ପାଇଁ ତାଙ୍କୁ ଜବାବ ଦେବାକୁ ପଡ଼ୁଥିବାରୁ ମୋତେ ଆଗକୁ ଆସିବାକୁ ପଡ଼ିଲା। ତାଙ୍କ ବିରୋଧରେ କହୁଥିବା ଲୋକେ ରାଜନୈତିକ ଅନାଥ ବୋଲି ଅରୁସା ଆଲାମ କହିଛନ୍ତି। ଚରଣଜିତ ଚନ୍ନୀ ଆସିବା ପରେ ଚେକ୍‌ ବାଣ୍ଟୁଛନ୍ତି। ସରକାରୀ ଯୋଜନାକୁ ଗତି ଦେବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ଏ କାମ ତ କ୍ୟାପଟେନ୍‌ ଅମରିନ୍ଦର ବହୁ ପୂର୍ବରୁ କରିଥିଲେ । କଣ ଚନ୍ନୀଙ୍କ ପାଖରେ ଯାଦୁର ବାଡ଼ି ଥିଲା କି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି।  ବର୍ତ୍ତମାନର ପଞ୍ଜାବ ସରକାର ଉପରେ ସେ ବର୍ଷିବା ସହ ବିଫଳତା ଉପରୁ ଧ୍ୟାନ ହଟାଇବା ପାଇଁ ଏହା ଏକ ଚାଲ୍‌ ବୋଲି ଅରୁସା ଆଲାମ ଅଭିଯୋଗ ଆଣିଛନ୍ତି ।   

   Related Posts