ଅରୁଣାଚଳ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ : ଇଟାନଗରରେ ସେନା ନିୟୋଜିତ

Published By : Prameya-News7 Bureau | February 24, 2019 IST

ଇଟାନଗର ୨୪/୨ : ଅରୁଣାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଚୋୖନ ମେଁଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ | ଫଳରେ ଇଟାନଗର ଉତ୍ତେଜନା ଦେଖାଦେଇଛି | ଆନ୍ଦୋଳନକାରୀଙ୍କ ଆକ୍ରୋଶରୁ ଉପମୁଖ୍ୟମନ୍ତ୍ରୀଙ୍କୁ ରକ୍ଷା କରିବା ପାଇଁ ଆଜି ସକାଳୁ ଇଟାନଗରରୁ ନାମସାଇ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି | ଆନ୍ଦୋଳନକାରୀ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନିଆଁ ଲଗାଇବା ସହ ଜିଲ୍ଲା ଅଧିକାରୀଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି | ଘଟଣାରେ ପୋଲିସ ସୁପରିଟେଣ୍ଡେଣ୍ଟ ଆହତ ହୋଇଛନ୍ତି |

{"id":88303}


ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ପୋଲିସ ଗୁଳିରେ ଜଣେ ନାଗରିକଙ୍କ ମୃତ୍ୟୁ ହେବା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା | ଉତ୍ତେଜିତ ଲୋକେ ଶୁକ୍ରବାର ସନ୍ଧ୍ୟାରେ ୫୦ଟି କାର ଏବଂ ଅନ୍ୟ ୧୦୦ ଟି ଗାଡିକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ |

{"id":88307}

ଇଟାନଗରର ୫ଟି ସିନେମା ହଲକୁ ମଧ୍ୟ ପୋଡି ଦେଇଛନ୍ତି ଆନ୍ଦୋଳନକାରୀ | ରାଜ୍ୟ ସରକାର ଏକ ସମ୍ପ୍ରଦାୟକୁ (PRC) ଦେବା ଘଟଣାକୁ ନେଇ ଆରମ୍ଭ ହୋଇଥିଲା ଆନ୍ଦୋଳନ | କାରଣ ଏହି ସମ୍ପ୍ରଦାୟର ଲୋକେ ଇଟାନଗରରେ ବହୁ ବର୍ଷ ହେଲା ବସବାସ କରି ଆସୁଥିଲେ କିନ୍ତୁ ଏମାନେ ସେଠାକାର ସ୍ଥାୟୀ ବାସିନ୍ଦା ନୁହନ୍ତି | ରାଜ୍ୟ ସରକାର ଏମାନଙ୍କୁ ସ୍ଥାୟୀ ବାସିନ୍ଦା ସାର୍ଟିଫିକେଟ ଦେବାପରେ ଆନ୍ଦୋଳନ ଆରମ୍ଭ ହୋଇଥିଲା |

{"id":88304}


ଗତକାଲି କ୍ୟାବିନେଟ ମନ୍ତ୍ରୀ ଗୃହମନ୍ତ୍ରୀ ରାଜନାଥଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ | ସେ ସ୍ଥାନୀୟ ଲୋକଙ୍କୁ ଶାନ୍ତ ରହିବ ପାଇଁ ଅପିଲ କରିଥିଲେ | ସମଗ୍ର ଅଂଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି | ଇଟାନଗରରେ କର୍ଫ୍ୟୁ ଜାରି କରାଯାଇଛି |

{"id":88305}


ଅପରପକ୍ଷରେ ଅରୁଣାଚଳ ସରକାର ସଫାସଫି କହିଛନ୍ତି ଯେ, ଯେଉଁ ସମ୍ପ୍ରଦାୟଙ୍କୁ ସାର୍ଟିଫିକେଟ ଦିଆଯାଇଛି ସେଥିରେ ଆଉ କୌଣସି ପରିବର୍ତ୍ତନ କରାଯିବ ନାହିଁ |

{"id":88306,"width":587,"height":440}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.