ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବାଣୀବିହାର ଗସ୍ତ -5T ଲାଗୁ କରିବା ପାଇଁ ପରାମର୍ଶ ଦେଲେ

Published By : Prameya-News7 Bureau | October 23, 2019 IST

ଭୁବନେଶ୍ୱର ୨୩।୧୦- ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବାଣୀବିହାର ଗସ୍ତ । ମନ୍ତ୍ରୀ ଅରୁଣ ସାହୁ ସମସ୍ତ ୨୭ ଗୋଟି ବିଭାଗ ର ବିଭାଗୀୟ ମୁଖ୍ୟ ମାନଙ୍କ ସହିତ ମତ ବିନିମୟ କରିଥିଲେ। ବିସ୍ୱ ବିଦ୍ୟାଳୟରେ 5T ଲାଗୁ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। Proctorial system ଲାଗୁ କରିବା ପାଇଁ ପରାମର୍ଶ ଦେଇଥିଲେ।


Mentroing system ଲାଗୁ କରିବା ସହିତ ସମସ୍ତ ଅଧ୍ୟାପକ ,ଛାତ୍ର ଛାତ୍ରୀ ଏବଂ ଅଭିଭାଵକ ମଧ୍ୟରେ ସୌହାର୍ଧ୍ୟ ପୁର୍ଣ ବାତାବରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ସେଥି ପାଇଁ ସମସ୍ତ ଅଧ୍ୟାପକ ଙ୍କୁ କିଛି କିଛି ଛାତ୍ର ଛାତ୍ରୀ ଙ୍କ ଦାୟିତ୍ୱ ନେଇ ସେମାନଙ୍କ ଅଭିବାବକଙ୍କ ସହିତ ସମ୍ପର୍କ କରିବା ପାଇଁ ନିଷ୍ପତ୍ତି ହେଇଛି।
ପ୍ରତିଷ୍ଠା ଦିବସ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ର ପ୍ଲାଟିନମ୍‌ ଜୁବୁଲି ର ଉଦଘାଟନ ଓ ଉଦଯାପନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା। କିଭଳି ଉତ୍ସବ କୁ ସଫଳ କରାଯାଇପାରିବ ଆଲୋଚନା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.