ସମନ ଯୁଦ୍ଧ: ଅରୁଣ କହିଲେ ସିବିଆଇରେ ହାଜର ହେବି, ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଧର୍ମେନ୍ଦ୍ରଙ୍କୁ ଛନ୍ଦିବାକୁ ଯୋଜନା! ଚିଟଫଣ୍ଡ କର୍ପସ ଫଣ୍ଡରୁ କେତେ କ୍ଷତିଗ୍ରସ୍ତ ଟଂକା ପାଇଛନ୍ତି ବିଜେପି ମାଗିଲା ହିସାବ

Published By : Prameya-News7 Bureau | February 01, 2019 IST

ଭୁବନେଶ୍ବର ୧|୨: ବିଜେଡି ନେତାଙ୍କୁ ସିବିଆଇ ସମନ ହୋଇନି ବୋଲି କହୁଥିଲା ବିଜେଡି ।  ଆଜି କିନ୍ତୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ଯେ ସିବିଆଇ ସମନ ପାଇଛନ୍ତି ଏବଂ ଖୁବଶୀଘ୍ର ସେ ସିବିଆଇରେ ହାଜର ହେବେ । 

{"id":80766}

ସିବିଆଇ ତନାଘନା ପରେ ଓଡିଶା ପୋଲିସର ରାଡାର ଏବେ ବିଜେପି ନେତାଙ୍କ ଉପରେ । ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ କିଛି ବିଜେପି ନେତାଙ୍କୁ ଛନ୍ଦିବାକୁ ପୋଲିସ ସଜବାଜ ହେଉଛି । ଯାହାକୁ ନେଇ ବିଜେପି-ବିଜେଡି ଭିତରେ ଛକାପଞ୍ଝା ବଢିଯାଇଛି ।

{"id":80767}

ଖୁବ୍ ଶିଘ୍ର ସିବିଆଇ ଆଗରେ ହାଜରେ ହେବି । ମୋର ମଧ୍ୟ ଉତ୍କଣ୍ଠା ବଢୁଛି ଯେ ସିବିଆଇ କଣ ପଚାରିବ । ଦୀର୍ଘ ସାଢେ ୪ ବର୍ଷ ପରେ ସିବିଆଇ କାହିଁକି ମତେ ଡାକିଛି ତାହା ଜାଣିବାକୁ ଆଗ୍ରହୀ । ଏକଥା କହିଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ସି ସୋର ଚିଟଫଣ୍ଡ ସ୍କାମ ଲିଙ୍କରେ ଅରୁଣ ସାହୁ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ସମନ ପଠାଇବା ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଅରୁଣ ।

{"id":80768}

ଅରୁଣ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେବା ପଛରେ ତାଙ୍କୁ ସିବିଆଇରର ବାରମ୍ବାର ସମନ ବୋଲି କୁହାଯାଉଛି । ଯେହେତୁ ବ୍ୟକ୍ତିଗତ ହାଜରା ପାଇଁ ସିବିଆଇ କହିଛି ତେଣୁ ଅରୁଣ ସିବିଆଇ ଆଗରେ ହାଜର ହୋଇ ତାଙ୍କ ପକ୍ଷ ରଖିବାକୁ ମନସ୍ଥିର  କରିଛନ୍ତି ।

{"id":80769}

ସିବିଆଇ ବିଜେଡି ନେତାଙ୍କୁ ବାନ୍ଧିବାକୁ ସଜବାଜ ହେଉଥିବା ବେଳେ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ କିଛି ବିଜେପି ନେତାଙ୍କୁ ଉଠାଇବାକୁ ଯୋଜନା କରିଛି ଓଡିଶା ପୋଲିସ। ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଏଥିପାଇଁ ସମନ କରାଯାଇଛି। ଏମିତିକି ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛନ୍ଦିବାକୁ ମଧ୍ୟ ଯୋଜନା ହେଉଥିବା ଚର୍ଚା ହେଉଛି। ଯାହା ଉପରେ ଧର୍ମେନ୍ଦ୍ର ବି ତାନା ମାରିଛନ୍ତି। ସେପଟେ କଂଗ୍ରେସ କହିଛି ବହୁ ଆଗରୁ ସିବିଆଇ ଆକ୍ଟିଭ ହେବାର ଥିଲା ।

{"id":80770}

ଚିଟଫଣ୍ଡ ଦୁର୍ନିତିରେ ଛନ୍ଦି ହୋଇଥିବା ଅନେକ ବିଜେଡି ନେତାଙ୍କୁ ସିବିଆଇ ବାନ୍ଧିପାରେ ବୋଲି ଚର୍ଚା ଚାଲିଛି । ଏତିକି ବେଳେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ୨୦୧୩ରେ ହୋଇଥିବା ୩୦୦ କୋଟିର କର୍ପସ ଫଣ୍ଡ ଅର୍ଥ କେତେଜଣ ପାଇଛନ୍ତି ତାର ତାଲିକା ମାଗିଛି ବିଜେପି ।

{"id":80771}

ଏନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ୍ ସୂଚନା କମିଶନଙ୍କ ନିକଟରେ ଦାବିପତ୍ର ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.