ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ ନହେବା ନେଇ ବିଜେପିର ଆରୋପର ଜବାବ ରଖିଲେ ଅରୁଣ ସାହୁ
Published By : Prameya-News7 Bureau | June 21, 2018 IST
ରାଜ୍ୟ ସରକାର ଯୋଗ ଦିବସ ପାଳନ କରୁନଥିବା ନେଇ ବିଜେପିର ଆରୋପ-ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଅରୁଣ ସାହୁ କହିଲେ
"ଯୋଗ କରିବାକୁ କୌଣସି ଅନୁଷ୍ଠାନକୁ ସରକାର ବାରଣ କରିନାହାନ୍ତି, ସରକାର ଯୋଗ କାର୍ଯ୍ୟକ୍ରମ ଆୟୋଜନ କରିବେ, ତାହା ମଧ୍ୟ ବାଧ୍ୟତାମୂଳକ ନୁହେଁ,ତେଣୁ ବିଜେପିର ଅଭିଯୋଗ ନିରାଧାର "
ରାଜ୍ୟ ସରକାର ଯୋଗ ଦିବସ ପାଳନ ନକରିବାକୁ ନେଇ ତାର ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା-"ଯେହେତୁ କେନ୍ଦ୍ର ସରକାର ଯୋଗକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାକୁ ଚାହୁଁଛନ୍ତି ଓ ଗୁରୁତ୍ବ ଦେଉଛନ୍ତି ସେଥିପାଇଁ ଓଡିଶା ସରକାରୀ ଭାବେ ଏହାକୁ ଆୟୋଜନ କରୁନାହିଁ,
କିମ୍ବା କେନ୍ଦ୍ର ସରକାର ଯଦି ଅର୍ଥ ଦେଇନଥିବେ ତାହେଲେ ରାଜ୍ୟ ବୋଧେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରିନାହିଁ"