ପରୀ ହତ୍ୟାକାଣ୍ଡ : ଏସ୍ଆଇଟି ତଦନ୍ତ ପରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ, କହିଲେ-“ଭଗବାନ କରନ୍ତୁ, ପରୀକୁ ନ୍ୟାୟ ମିଳୁ"

Published By : Prameya-News7 Bureau | December 23, 2020 IST

ଭୁବନେଶ୍ୱର ୨୩।୧୨ : ପରୀ ମୃତ୍ୟୁ ମାମଲାକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ  । ବୁଧବାର ଗଣମାଧ୍ୟମ ସମ୍ମୁଖରେ ପରୀ ଗୋଟିଏ ଛୋଟ ଝିଅ, ତେଣୁ ଏହି ଘଟଣାକୁ ନେଇ ରାଜନୀତି ନକରାଯାଉ । ଭଗବାନ କରନ୍ତୁ ପରୀକୁ ନ୍ୟାୟ ମିଳୁ ଓ ହତ୍ୟାକାରୀକୁ ଉଚିତ ଦଣ୍ଡ ମିଳୁ ।  

ସୂଚନାଯୋଗ୍ୟ ଯେ, ନୟାଗଡ଼ ଯଦୁପୁର ଗାଁର ପରୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍‌ଆଇଟି । ଅଭିଯୁକ୍ତର ନାମ ସରୋଜ ସେଠୀ । ସେହି ପରୀକୁ ହତ୍ୟା କରିଛି ବୋଲି ଗତକାଲି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍‌ମିଟ ଜରିଆରେ ସୂଚନା ଦେଇଥିଲେ । ଏସ୍‌ଆଇଟି ମୁଖ୍ୟ ପ୍ରେସ୍‌ମିଟ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରୁ ରହସ୍ୟ ପରଦା ହଟାଇଥିଲେ । ଅଭିଯୁକ୍ତଙ୍କ ଜଣଙ୍କ ପରୀକୁ ତଣ୍ଟିଚିପି ହତ୍ୟା କରିଛି । ଏବେ ହତ୍ୟା ପରେ ମୃତଦେହ ଯୌନ ସଂପର୍କ ରଖିଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ନିକଟରେ ଥିବା ପୋଖରୀ ହୁଡ଼ାରେ ପକାଇଦେଇଥିଲା । ସ୍ଥାନୀୟ ଲୋକ କାଳେ ମୃତଦେହକୁ ଦେଖିଦେବେ, ସେଥିପାଇଁ ମୃତଦେହ ଉପରେ ନଡିଆ ବାହୁଙ୍ଗା ପକାଇଦେଇଥିଲେ । ଯାହାକୁ ଏସ୍‌ଆଇଟି ଜବତ କରିଛି । ତେବେ ଜବତ ହୋଇଥିବା ନଡିଆ ବାହୁଙ୍ଗାର ଜେନମ୍‌ ଟେଷ୍ଟ ପାଇଁ ଦିଲ୍ଲୀ ଓ ହାଇଦ୍ରାବାଦ ପଠାଯିବ ।

ସେପଟେ ପରୀ ହତ୍ୟା ମାମଲାରେ ତଥ୍ୟ ଯୋଗାଡ ଯଦୁପୁର ଗ୍ରାମରେ ଥିବା ପୋଖରୀରୁ ପୂରା ଜଳ ନିଷ୍କାସନ ଚାଲିଛି । ମଙ୍ଗଳବାର ଦିନ ୪ ଫୁଟ୍ ଜଳ ନିଷ୍କାସନ କରାଯାଇଥିବା ବେଳେ ଆଜି ଆହୁରୀ ଜଳ ନିଷ୍କାସନ ଚାଲିଛି । ଆଜି ବି ଯଦୁପୁର ଗାଁରେ ଅଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ସେହିପରି ଅନ୍ୟପଟେ ଅଭିଯୁକ୍ତ ସରୋଜକୁ ଗିରଫ ପରେ ଏସ୍‌ଆଇଟି ନୟାଗଡ଼ ପକ୍‌ସୋ କୋର୍ଟରେ ହାଜର କରିଥିଲା । ସରୋଜକୁ ୧୭ ବର୍ଷ କୁହାଯାଉଥିବା ବେଳେ ଏସ୍‌ଆଇଟି କୋର୍ଟରେ ଡାକ୍ତରୀ ରିପୋର୍ଟ ଦାଖଲ କରିଛି । ଯେଉଁଥିରେ ସରୋଜକୁ ୧୮ବର୍ଷ ବୋଲି ସୂଚନା ମିଳିଛି । ଗତକାଲି ସରୋଜର ଜାମିନ୍‌ ପାଇଁ କେହି ଆବେଦନ କରି ନଥିଲେ । ଏସ୍‌ଆଇଟି ୬ ଦିନ ରିମାଣ୍ଡ୍‌ରେ ନେବାକୁ ଆବେଦନ କରିଥିବା ବେଳେ ୩ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.