ନୟାଗଡରୁ ଅରୁଣ , ଖଣ୍ଡପଡାରୁ ସୌମ୍ୟ ଏବଂ ବସନ୍ତ କଲେ ପ୍ରାର୍ଥୀପତ୍ର ଦାଖଲ

Published By : Prameya-News7 Bureau | April 04, 2019 IST

ନୟାଗଡ୪|୪: ଅପ୍ରେଲ ୨୩ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବ।ଚନ ପାଇଁ ନାମାଙ୍କନ ଦାଖଲର ଆଜି ଥିଲା ଶେଷ ଦିନ । ଶେଷ ଦିନରେ ନୟାଗଡ ନିର୍ବ।ଚନମଣ୍ଡଳି ପାଇଁ ବିଜେଡିର ଅରୁଣ ସାହୁ , ଖଣ୍ଡପଡା ପାଇଁ ବିଜେଡିର ସୈ।ମ୍ୟରଞନ ପଟ୍ଟନାୟକ ଏବଂ କଂଗ୍ରେସର ବସନ୍ତ କୁମାର ମହାରଣା ନାମାଙ୍କନ ଦାଖଲ କରିଛନ୍ତି । ଏହା ସହିତ କିଛି ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ବିଧାୟକ ଅରୁଣ ସାହୁ ଆଜି ହଜାରହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ନୟାଗଡ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଲୋକମାନଙ୍କ ଭଲପାଇବା , ବିକାଶମୂଳକ କାର୍ଯ୍ୟ ଏବଂ ନବୀନଙ୍କ ଲୋକପ୍ରୀୟତା ତାଙ୍କୁ ପୁଣିଥରେ ନିର୍ବ।ଚନରେ ସଫଳତା ଆଣିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

{"id":100271}

ଖଣ୍ଡପଡା ପାଇଁ ବିଜେଡିର ସୈ।ମ୍ୟରଞନ ପଟ୍ଟନାୟକ ସମର୍ଥକମାନଙ୍କ ସହ ଖଣ୍ଡପଡାରୁ ଏକ ବାଇକ୍ ରାଲିରେ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ।  ନାମାଙ୍କନ ସମୟରେ ଟିକେଟ୍ କଟିଥିବା ବିଧାୟକ ଅନୁଭବ ପଟ୍ଟନାୟକ ଏବଂ ଖଣ୍ଡପଡା ପାଇଁ ଟିକେଟ୍ ଆଶାୟୀ ଥିବା ଗୟାଧର ପରିଡା ଉପସ୍ଥିତ ଥିଲେ । ସମସ୍ତଙ୍କୁ ନେଇ ସେ ଏଥର ନିଶ୍ଚିତ ବିଜୟୀ ହବେ ବୋଲି ସୈ।ମ୍ୟ କହିଛନ୍ତି ।

{"id":100272}

ସେପଟେ ଶେଷ ଦିନରେ ଏବଂ ଶେଷ ମୁହୁର୍ତ୍ତରେ ଖଣ୍ଡପଡା ପାଇଁ କଂଗ୍ରେସ ଦଳ ଘୋଷଣା କରିଥିବା ପ୍ରାର୍ଥୀ ବସନ୍ତ କୁମାର ମହାରଣା ଆଜି ଶେଷ ସମୟରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥୀ ଚୟନରେ ବିଳମ୍ବକୁ ସେ ସାଧାରଣ କଥା ବୋଲି କହିବା ସହ ଗତ ନିର୍ବ।ଚନ ଅପେକ୍ଷା ଏଥର କଂଗ୍ରେସ ବହୁ ଭୋଟ୍ ପାଇ ବିଜୟୀ ହେବ ବୋଲି ସେ କହିଛନ୍ତି ।

{"id":100273}

ପିସିସି ସଭାପତିଙ୍କ ଭାଇ ଏଠାରେ ବିଜେଡିରୁ ନିର୍ବ।ଚନ ଲଢୁଥିବାରୁ କଂଗ୍ରେସ ଜାଣିଶୁଣି ବିଳମ୍ବରେ ପ୍ରାର୍ଥୀ ଘୋଷଣା କଲା ବୋଲି ହେଉଥିବା ଚର୍ଚ୍ଚ।କୁ ସେ ଅସ୍ବୀକାର କରିଛନ୍ତି । କଂଗ୍ରେସ ସଂଗଠନରେ ରହିଥିଲେ ମଧ୍ୟ ଦୀର୍ଘଦିନ ହେଲା ସେ ବାହାରେ ରହୁଥିବାରୁ କଂଗ୍ରେସ କର୍ମୀ ତାଙ୍କୁ କିଭଳି ଗ୍ରହଣ କରିବେ ତାହା ସମୟ କହିବ । 

{"id":100274}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.