Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶ ପାଇଁ ଏହି ୪ଟି ବଡ ଅବଦାନ ଲାଗି ସବୁଦିନ ପାଇଁ ମନେ ରହିବେ ଜେଟ୍‌ଲୀ, ଜାଣନ୍ତୁ କ’ଣ…

24/08/2019 at 6:16 PM

ନୂଆଦିଲ୍ଲୀ୨୪|୮: ଏମ୍ସରେ  ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପୂର୍ବତନ ଅରୁଣ ଜେଟଲୀ । ତେବେ କେତୋଟି ସଂସ୍କାରମୂଳକ ପଦକ୍ଷେପ ପାଇଁ ଜେଟଲୀ ସବୁଦିନ ପାଇଁ ମନେ ରହିବେ । ବିଶେଷ କରି ଉଭୟ ବାଜପେୟୀ ଓ ନରେନ୍ଦ୍ର ମୋଦିଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଜେଟଲୀ ଅର୍ଥମନ୍ତ୍ରୀ ଥିବା ସମୟରେ ନେଇଥିବା ପଦକ୍ଷେପ ଯୋଗୁଁ ସ୍ମରଣୀୟ ହୋଇ ରହିବେ । ମୋଦି କ୍ୟାବିନେଟରେ ସେ ଥିଲେ ସବୁଠୁ ବଡ଼ ଟ୍ରବଲସୁଟର୍ । ପଢନ୍ତୁ ଏହି ରିପୋର୍ଟ ।

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଅର୍ଥମନ୍ତ୍ରୀ ହୋଇଥିଲେ ଅରୁଣ ଜେଟଲୀ  । ମୋଦିଙ୍କ ପରେ ସେ ଥିଲେ ନମ୍ବର ଟୁ । ସାରା ଦେଶରେ ଛାଇ ରହିଥିଲା କଳାଧନ ଓ ଭ୍ରଷ୍ଟାଚାରର କଳା ବାଦଲ ।  ତେବେ ଅର୍ଥମନ୍ତ୍ରୀ ଥିବା ସମୟରେ ଜେଟଲୀ ନେଇଥିବା ଦୃଢ ଏବଂ ଐତିହାସିକ ନିଷ୍ପତ୍ତି ପାଇଁ ଦେଶବାସୀ ତାଙ୍କୁ ସବୁଦିନ ମନେ ରଖିବେ ।

୧.ନୋଟ୍‌ବନ୍ଦୀ

ଦେଶରେ କଳାଧନ, ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବାକୁ ନୋଟବନ୍ଦୀର ନିଷ୍ପତ୍ତି  ନେଇଥିଲେ ଜେଟଲୀ । ୨୦୧୬ ନଭେମ୍ବର ୮ ତାରିଖରେ ଜେଟଲୀଙ୍କ ମନ୍ତ୍ରୀତ୍ୱ କାଳରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରାଯାଇଥିଲା । ଏଥିରେ ଜେଟଲୀଙ୍କର ସବୁଠୁ ବଡ଼ ଭୂମିକା ଥିଲା ।

୨.ଜିଏସ୍‌ଟି ପରିଚାଳନା   

ଅରୁଣ ଜେଟଲୀଙ୍କ ସମୟରେ ଆଉ ଏକ ବଡ଼ ନିଷ୍ପତ୍ତି ଥିଲା ଜିଏସଟି ପ୍ରଚଳନ । ୨୦୧୭ ଜୁଲାଇ ପହିଲା ମଧ୍ୟରାତ୍ରିରେ ଲାଗୁ ହୋଇଥିଲା ଜିଏସଟି । କେନ୍ଦ୍ର ଓ ରାଜ୍ୟର ୧୭ଟି ଇନଡାଇରେକ୍ଟ ଟ୍ୟାକ୍ସ ବିଲୟ କରି ଗୋଟିଏ ଦେଶ, ଗୋଟିଏ କର ଭଳି ଐତିହାସିକ ନିଷ୍ପତ୍ତି ପାଇଁ ମଧ୍ୟ ସେ ସବୁଦିନ ମନେ ରହିବେ ।

୩.ଜନଧନ ବ୍ୟବସ୍ଥା

ଦେଶରେ ଗରିବଲୋକଙ୍କ ପାଇଁ ଜନଧନ ବ୍ୟବସ୍ଥାର ପଛରେ ବି ଅରୁଣ ଜେଟଲୀଙ୍କ ଭୂମିକା ଥିଲା ବେଶ ଗୁରୁତ୍ବପୂର୍ଣ୍ଣ ।

୪.ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌

ଅରୁଣ ଜେଟଲୀଙ୍କ ସମୟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍ କୁ ମଧ୍ୟ ବେଶ ଗୁରୁତ୍ବ ଦିଆଯାଇଥିଲା ।  ମୋବାଇଲ ୱାଲେଟ୍, ପିଓଏସ୍ ମେସିନ୍, ୟୁପିଆଇ ଭୀମ୍ ଆପ୍ ଭଳି ସେବା ସାରା ଦେଶରେ ଆରମ୍ଭ ହୋଇଥିଲା । ଏହା ଦ୍ୱାରା ନଗଦ ନେଣଦେଣ କମିବା ଆରମ୍ଭ ହୋଇଥିଲା ।

   Related Posts