ଆସନ୍ତାକାଲି ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ, ଶେଷ ଦର୍ଶନ ପାଇଁ ବାସଭବନରେ ଭିଡ…

Published By : Prameya-News7 Bureau | August 24, 2019 IST

ନୂଆଦିଲ୍ଲୀ ୨୪|୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ନେତା ଅରୁଣ ଜେଟଲୀଙ୍କ ୬୬ ବର୍ଷରେ ପରଲୋକ ହୋଇଛି । ଏମସ୍‌ରେ ଗତ ୯ ତାରିଖରେ ଭର୍ତ୍ତି ହୋଇଥିଲେ ଜେଟଲୀ । ଆଜି ମଧ୍ୟାହ୍ନ ୧୨ଟା ୭ ମିନିଟ୍‌ରେ ତାଙ୍କ ଦେହାନ୍ତ ହୋଇଥିବା ଏମ୍‌ସ ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ବିଜେପି ନେତା ଓ ଅନ୍ୟ ଦଳର ନେତା ଜେଟଲୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।

{"id":148362}

ଚାଲିଗଲେ ଅରୁଣ ଜେଟଲୀ । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ହୋଇଛି । କିଛି ଦିନ ଧରି ଅସୁସ୍ଥ ଥିଲେ । ଗତ ୯ ତାରିଖରେ ଜେଟଲୀଙ୍କୁ ଅଣନିଶ୍ବାସୀ ଏବଂ ଅସ୍ଥିର ଲାଗିବାରୁ ଦିଲ୍ଲୀ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଥିଲା। କ୍ରମଶଃ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉ ଥିଲା।  ତେବେ ଆଜି ମଧ୍ୟାହ୍ନ ୧୨ଟା ୭ ମିନିଟ୍‌ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଦିଲ୍ଲୀ ଏମ୍‌ସ ପକ୍ଷରୁ କୁହାଯାଇଥିଲା ।

{"id":148363}

ଏହାପରେ ସେଠାରେ ମନ୍ତ୍ରୀ, ଦଳୀୟ ନେତା ଓ କର୍ମୀଙ୍କ ଭିଡ ଲାଗିଥିଲା । ଜେଟଲୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଜେଟଲୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଶୋକ ବ୍ୟକ୍ତି କରିଛନ୍ତି  । ବିଦେଶ ଗସ୍ତରେ ଥିବା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ପରିବାର ଲୋକଙ୍କ ସହ ଫୋନ୍‌ରେ କଥା ହୋଇ ଶୋକବ୍ୟକ୍ତ କରିଛନ୍ତି ।

{"id":148368}

ସେହିଭଳି ଗୃହମନ୍ତ୍ରୀ ଅମିତ୍‌ ଶାହା ବି ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତାପ ପରିବାରକୁ ସମବେଦନା ଜଣାଇଛନ୍ତି ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, କଂଗ୍ରେସ ନେତା ଅଭିଷେକ ସିଘୱି, ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଜେଟଲୀଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

{"id":148369}

ଜେଟଲୀଙ୍କ ପାର୍ଥୀବ ଶରୀର ଏମ୍‌ସରୁ ଆସି ତାଙ୍କ ବାସ ଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି । ସେଠାରେ ବିଭିନ୍ନ ଦଳର ନେତାଙ୍କ ସମେତ ସାଧାରଣଲୋକ ଜେଟଲୀଙ୍କ ଶେଷ ଦର୍ଶନ କରିଛନ୍ତି । ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ତାଙ୍କ ବାସ ଭବନରେ ବେଶ ଭିଡ ଦେଖିବାକୁ ମିଳିଛି ।

{"id":148370}

ଆସନ୍ତାକାଲି ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯିବ। ଏହା ପୂର୍ବରୁ ତାଙ୍କ ପାର୍ଥୀବ ଶରୀର ବିଜେପି ମୁଖ୍ୟ କାର୍ଯ୍ୟଳୟରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ସେଠାରେ ଦଳର ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକ ଜେଟଲୀଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦେବେ। ପରେ ଜେଟଲୀଙ୍କ ପାର୍ଥିବ ଶରୀରକୁ ଅପରାହ୍ଣ ୨ଟାରେ ନିଗମବୋଧ ଘାଟକୁ ନିଆଯିବ ।

{"id":148372}

ସେହିପରି ବଲିଉଡ୍‌ ବି ଜେଟଲୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛି । ଇବିନେତା ସଂଜୟ ଦତ୍ତ, ଅନିଲ୍‌ କାପୁର, ନିର୍ଦ୍ଦେଶକ କରନ ଜୋହର, ଶେଖର କାପୁର, ଅଭିନେତ୍ରୀ ରାକୁଲ ପ୍ରିତ ସିଂ, ସିଙ୍ଗର ମିକା ସିଂ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.