ପେଟ୍ରୋଲ ଏବଂ ଡିଜେଲ ଦର ଅଢେଇ ଟଙ୍କା ହ୍ରାସ କଲେ କେନ୍ଦ୍ର ସରକାର, ରାଜ୍ୟଗୁଡକୁ ମଧ୍ୟ ସମାନ ପରିମାଣର ଭାଟ୍ ହ୍ରାସ ପାଇଁ ଅନୁରୋଧ

Published By : Prameya-News7 Bureau | October 04, 2018 IST

ନୂଆଦିଲ୍ଲୀ ୪|୧୦: ପେଟ୍ରୋଲ ଏବଂ ଡିଜେଲର ଦାମ ୨ ଟଙ୍କା ୫୦ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଜେଟଲୀ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦାମ କମ କରିବା ପାଇଁ ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ।  କେନ୍ଦ୍ରସରକାର ପେଟ୍ରୋଲ ଓ ଡିଜେଲ ଉପରେ ଦେଢ ଟଙ୍କା ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବେ ।  ସେହିଭଳି ତେଲ କମ୍ପାନୀମାନେ ଆଉ ଟଙ୍କାଏ ହ୍ରାସ କରିବେ ବୋଲି ଜେଟଲୀ କହିଛନ୍ତି। କେନ୍ଦ୍ର ସରକାର ଅଢେଇ ଟଂକା ଦାମ ହ୍ରାସ କରୁଛନ୍ତି। ତେଣୁ ରାଜ୍ୟ ସରକାରମାନେ ମଧ୍ୟ ସମ ପରିମାଣର ଟିକସ ଛାଡ କରନ୍ତୁ ବୋଲି ଜେଟଲୀ ଆହ୍ବାନ ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ର ସରକାର ଅଢେଇଟଂକା ହ୍ରାସ କରିବା ଫଳରେ ଚଳିତବର୍ଷ ୧୦୫୦୦ କୋଟି ଟଙ୍କା ରାଜସ୍ବ କେନ୍ଦ୍ର ସରକାର ହରେଇବେ ବୋଲି ଜେଟଲି ହିସାବ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.