ରାଷ୍ଟ୍ରୀୟ ସମ୍ମାନର ସହ ଶେଷ ହେଲା ଜେଟଲୀଙ୍କର ଅନ୍ତିମ ସଂସ୍କାର

Published By : Prameya-News7 Bureau | August 25, 2019 IST

ନୂଆଦିଲ୍ଲୀ - ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପୂର୍ଣ୍ଣ ହୋଇଛି । ଦିଲ୍ଲୀର ନିଗମ ବୋଧ ଘାଟରେ ଜେଟଲୀଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ସମୟରେ ଜେଟଲୀ ଅମର ରହେ ଧ୍ୱନୀରେ ପୁରା ପରିବେଶ କମ୍ପି ଉଠିଥିଲା । ତାଙ୍କର ପୁଅ ରୋହନ ମୁଖାଗ୍ନି ଦେଇଥିଲେ । ଜେଟଲୀଙ୍କର ଶରୀର ପଞ୍ଚଭୂତରେ ବିଲୀନ ହୋଇଥିଲା । ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଅନେକ କଂଗ୍ରେସ ନେତା ଓ ଅନ୍ୟଦଳର ନେତା ଉପସ୍ଥିତ ଥିଲେ ।

wp:core-embed/twitter {"url":"https://twitter.com/ANI/status/1165538531596333056","type":"rich","providerNameSlug":"twitter","className":""}
https://twitter.com/ANI/status/1165538531596333056
/wp:core-embed/twitter

ମୁଖାଗ୍ନି ଦେବା ପୂର୍ବରୁ ପାଣିପାଗରେ ପରିବର୍ତ୍ତନ ଆସିଥିଲା , ପ୍ରବଳ ବର୍ଷା ହୋଇଥିଲା । ଜେଟଲୀଙ୍କର ପାର୍ଥିବ ଶରୀରକୁ ବିଜେପି ମୁଖ୍ୟାକାର୍ଯ୍ୟାଳୟରୁ ନିଗମବୋଧ ଘାଟକୁ ଅଣାଯାଇଥିଲା ।ଦଳର କାର୍ଯ୍ୟକର୍ତ୍ତା ଶୋକାକୁଳ ପରିବେଶରେ ଜେଟଲୀଙ୍କୁ ବିଦାୟ ଦେଇଥିଲେ ।

wp:core-embed/twitter {"url":"https://twitter.com/ANI/status/1165546444083740672","type":"rich","providerNameSlug":"twitter","className":""}
https://twitter.com/ANI/status/1165546444083740672
/wp:core-embed/twitter


୬୬ ବର୍ଷିୟ ଜେଟଲୀଙ୍କର ଶନିବାରରେ ଦିଲ୍ଲୀ ଏମସ୍‌ରେ ପରଲୋକ ହୋଇଥିଲା । ଅଗଷ୍ଟ ୯ ତାରିଖରେ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଏମସ୍‌ରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.