Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର, ଭେଟିବାକୁ ଏମ୍ସ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

16/08/2019 at 11:45 AM

ନୂଆଦିଲ୍ଲୀ ୧୬|୮:  ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଜଣାପଡିଛି । ଅଗଷ୍ଟ ୯ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଭେଟିବା ପାଇଁ ଏମ୍ସ ଯିବେ ବୋଲି ଜଣାପଡିଛି ।

ଗତ ୭ଦିନ ହେବ ଅରୁଣ ଜେଟଲୀ ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଅଗଷ୍ଟ ୯ତାରିଖରେ ଏମ୍ସ ପକ୍ଷରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବୁଲେଟିନ୍ ଜାରି କରାଯାଇଥିଲା । ମାତ୍ର ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ପକ୍ଷରୁ କୌଣସି ଖବର ଦିଆଯାଇନାହିଁ । ମିଲିଥିବା ସୂଚନା ଅନୁସାରେ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ସେ ଏବେ ଆଇସିୟୁରେ ରହିଛନ୍ତି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ଜେଟଲୀ ପୂର୍ବରୁ ଜଣେ ଡାଇବେଟିସ୍ ରୋଗୀ ଥିଲେ । ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯାଇଛି । କିଛି ଦିନ ତଳେ ତାଙ୍କୁ କ୍ୟାନସର ହୋଇଥିବା ମଧ୍ୟ ଜଣାପଡିଥିଲା । ଜେଟଲୀ ମୋଟାପଣ ପାଇଁ ବେରିଏଟ୍ରିକ୍ ସର୍ଜରୀ ମଧ୍ୟ କରାଇଥିଲେ ।

   Related Posts