Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଆଜି ଜେଟଲିଙ୍କ ଅନ୍ତିମ ସଂସ୍କାର : ରାଜକୀୟ ସମ୍ମାନ ସହିତ ହେବ ତାଙ୍କର ଶେଷକୃତ୍ୟ

25/08/2019 at 8:09 AM

ନୂଆଦିଲ୍ଲୀ ୨୫/୮: ଚାଲିଗଲେ ଅରୁଣ ଜେଟଲୀ । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ହୋଇଛି । କିଛି ଦିନ ଧରି ଅସୁସ୍ଥ ଥିଲେ । ଗତ ୯ ତାରିଖରେ ଜେଟଲୀଙ୍କୁ ଅଣନିଶ୍ବାସୀ ଏବଂ ଅସ୍ଥିର ଲାଗିବାରୁ ଦିଲ୍ଲୀ ଏମସ୍ ରେ ଭର୍ତ୍ତି କରାଯାଇଥିଲା । କ୍ରମଶଃ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉ ଥିଲା । ତେବେ ଗତକାଲି ମଧ୍ୟାହ୍ନ ୧୨ଟା ୭ ମିନିଟ୍ ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଦିଲ୍ଲୀ ଏମ୍ ସ ପକ୍ଷରୁ କୁହାଯାଇଥିଲା ।

ଏହାପରେ ସେଠାରେ ମନ୍ତ୍ରୀ, ଦଳୀୟ ନେତା ଓ କର୍ମୀଙ୍କ ଭିଡ ଲାଗିଥିଲା । ଜେଟଲୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଜେଟଲୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଶୋକ ବ୍ୟକ୍ତି କରିଛନ୍ତି । ବିଦେଶ ଗସ୍ତରେ ଥିବା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ପରିବାର ଲୋକଙ୍କ ସହ ଫୋନ୍ ରେ କଥା ହୋଇ ଶୋକବ୍ୟକ୍ତ କରିଛନ୍ତି । ସେହିଭଳି ଗୃହମନ୍ତ୍ରୀ ଅମିତ୍  ଶାହା ବି ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତାପ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ନେତା ଅଭିଷେକ ସିଘୱି, ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଜେଟଲୀଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଜେଟଲୀଙ୍କ ପାର୍ଥୀବ ଶରୀର ଏମସରୁ ଆସି ତାଙ୍କ ବାସ ଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି । ସେଠାରେ ବିଭିନ୍ନ ଦଳର ନେତାଙ୍କ ସମେତ ସାଧାରଣଲୋକ ଜେଟଲୀଙ୍କ ଶେଷ ଦର୍ଶନ କରିଛନ୍ତି । ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ତାଙ୍କ ବାସ ଭବନରେ ବେଶ ଭିଡ ଦେଖିବାକୁ ମିଳିଛି । ଆଜି ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯିବ । ଏହା ପୂର୍ବରୁ ତାଙ୍କ ପାର୍ଥୀବ ଶରୀର ବିଜେପି ମୁଖ୍ୟ କାର୍ଯ୍ୟଳୟରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ସେଠାରେ ଦଳର ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକ ଜେଟଲୀଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦେବେ । ପରେ ଜେଟଲୀଙ୍କ ପାର୍ଥିବ ଶରୀରକୁ ଅପରାହ୍ଣ ୨ଟାରେ ନିଗମବୋଧ ଘାଟକୁ ନିଆଯିବ ।

   Related Posts