Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ରାମ ଭୂମିକାରେ ପୁଣି ଥରେ ନଜର ଆସିବେ ଅରୁଣ ଗୋଭିଲ୍‌..

20/10/2021 at 3:21 PM

ମୁମ୍ବାଇ ୨୦।୧୦ : ରାମାନନ୍ଦ ସାଗରଙ୍କ ଧାରାବାହିକ ‘ରାମାୟଣ’ରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଅଭିନୟରେ ସମସ୍ତଙ୍କୁ ବାନ୍ଧି ରଖୁଥିବା ଅରୁଣ ଏବେ ପୁଣି ସନେମା ଦୁନିଆକୁ ଫେରିବେ। ପାଖାପାଖି ଦେଢ ଦଶନ୍ଧି ପରେ ପୁଣି ତାଙ୍କୁ ରାମ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଅଭିନେତା ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ ‘ଓ ମାଇ ଗଡ’ର ସିକ୍ବେଲ୍‌ରେ  ସେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ । ଏହା ସହିତ ଏଥିରେ ପଙ୍କଜ ତ୍ରିପାଠୀ, ପରେଶ ରାଓ୍ବଲ, ୟାମି ଗୌତମ ମଧ୍ୟ ନଜର ଆସିବେ। ଅଶ୍ୱିନ ବର୍ଦ୍ଦେ ଓ ଅକ୍ଷୟ କୁମାର ଫିଲ୍ମ ର୍ନିମାତାରେ ଥିବାବେଳେ, ଅମିତ୍‌ ରାୟ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ।

   Related Posts