ଭଗବାନ ରାମଚନ୍ଦ୍ରଙ୍କ ଭୂମିକାରେ ଅଭିନୟ ପାଇଁ ଅଭିନେତା ଅରୁଣ ଗୋଭିଲ୍ କରିଥିଲେ ଏହି ଛୋଟ କାମ : ସୁପରହିଟ୍ ହୋଇଯାଇଥିଲା ସିରିଏଲ୍

Published By : Prameya-News7 Bureau | January 12, 2021 IST

ମୁମ୍ବାଇ ୧୨/୦୧ : ରମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲଙ୍କର ଆଜି ହେଉଛି ଜନ୍ମ ଦିନ । ସେ ୧୨ ଜାନୁଆରୀ ୧୯୫୮ ରେ ମେରଠରେ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀରାମଙ୍କ ଭୂମିକାରେ ଅରୁଣଙ୍କ ନିଖୁଣ ଅଭିନୟ ପାଇଁ ସେ ଆଜିବି ଦର୍ଶକଙ୍କ ମନରେ ରାଜ କରୁଛନ୍ତି । ସେତେବେଳେ ପ୍ରସାରିତ ହେଉଥିବା ରାମାୟଣ ସିରିଏଲରେ ଅରୁଣ ଗୋଭିଲଙ୍କ ନିଖୁଣ ଅଭିନୟ ପାଇଁ ଦର୍ଶକ ତାଙ୍କୁ ପ୍ରକୃତରେ ଭଗବାନ ମାନୁଥିଲେ ।

wp:gallery {"ids":[391026],"linkTo":"none"} /wp:gallery

ଅରୁଣ ଗୋଭିଲଙ୍କୁ ଟ୍ୱିଟ୍‌ରରେ ଜଣେ ୟୁଜର ପଚାରିଥିଲେ,  ପ୍ରଭୁ ଶ୍ରୀରାମଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ ଆପଣଙ୍କୁ କେଉଁ ପ୍ରକାର ପ୍ରସ୍ତୁତ କରିବାକୁ ପଡିଥିଲା ? ଅରୁଣ ଏହାର ଜବାବରେ ଟ୍ୱିଟରରେ ଲେଖିଥିଲେ, ‘ମୁଁ କୌଣସି ଫିଲ୍ମ ଦେଖିନଥିଲି, ନିଜ ଘରେ ପ୍ରଭୁ ଶ୍ରୀରାମଙ୍କ ଯେଉଁ ଫଟୋ ଥିଲା ମୁଁ ତାହା ହିଁ ଦେଖିଥିଲି’ ।

wp:gallery {"ids":[391027],"linkTo":"none"} /wp:gallery

ସେ ଆହୁରି ମଧ୍ୟ ଲେଖିଛନ୍ତି , ‘ରାମଙ୍କର ସମସ୍ତ ଗୁଣକୁ ଆଧାର କରି ମୁଁ ତାଙ୍କ କଳ୍ପନା କରିଥିଲି । ସୁଟିଂ ପୂର୍ବରୁ ସେ ରାମଙ୍କ ଲୁକ୍ ରେ କେମିତି ଦେଖା ଯାଉଛନ୍ତି, ତାହାର ଏକ ଫଟୋ ବାହାର କରିଥିଲେ । ପ୍ରଭୁ ରାମଚନ୍ଦ୍ରଙ୍କର ଏ କେବଳ ଏକ ଚରିତ୍ର ଥିଲା କିନ୍ତୁ , ଏଥିରେ ଭଗବାନଙ୍କର ନମ୍ରତା ଆଉ ନିର୍ମଳତା ଦେଖା ଯାଉନଥିଲା । ରାଜକୁମାର ବଡଜ୍ୟାତା ତାଙ୍କୁ କହିଥିଲେ କି,’ତାଙ୍କର ହସ ଖୁବ ସୁନ୍ଦର, ଏହାର କେବେ ବ୍ୟବହାର କରନ୍ତୁ’ । ସେ ନିଜର ହସକୁ ବ୍ୟବହାର କରି ନିଜର ସବୁ କାମକୁ ସମ୍ଭବ କରିପାରିଥିଲେ ।

ଅତ୍ୟନ୍ତ ସୌଭାଗ୍ୟର କଥା ପୂର୍ବ ବର୍ଷ ଲକଡାଉନ ପାଇଁ ରାମାୟଣ ପୁଣି ଥରେ ପ୍ରସାରଣ କରାଯାଇଥିଲା । ଲୋକମାନେ ଏହି ଧାରାବାହିକାକୁ ଏତେ ପସନ୍ଦ କରିଥିଲେ ଯେ ଟିଆର୍ପି ର ନୂଆ ରେକର୍ଡ ହୋଇଥିଲା । ଏହା ସହ ରାମାୟଣ ଧାରାବାହିକ ସବୁଠାରୁ ଅଧିକ ଦେଖାଯାଇଥିବା ଏବଂ ଦର୍ଶକଙ୍କ ପ୍ରିୟ ଭାବେ ଆଦୃତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.