ସିକ୍ସ ପ୍ୟାକ୍ ବଡି କରିବା, ନୂଆ ଟେକ୍ନିକ୍‌ରେ ଆସ୍ଥାଭରା ଫିଲ୍ମ ହୁଏ ନାହିଁ : ଅରୁଣ ଗୋଭିଲ୍

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ ୨୨।୦୫: ବହୁ ଚର୍ଚ୍ଚିତ ରାମାନନ୍ଦ ସାଗରଙ୍କ ରାମାୟଣରେ ରାମ, ସୀତା ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା କ୍ରମଶଃ ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଓ ସୁନିଲ ଲହରୀ ଇ-ସାହିତ୍ୟ ଆଜତକ୍‌ରେ ରାମାୟଣ ଶୋର ସଫଳତା ବିଷୟରେ ଉଲ୍ଲେଖ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣକୁ ଲୋକେ ଟିଭିରେ ଖୁବ୍ ଉପଭୋଗ କରୁଛନ୍ତି। ଦୂରଦର୍ଶନ ପରେ ଏହା ଏବେ ଷ୍ଟାର ପ୍ଲସ୍‌ରେ ପ୍ରସାରଣ ହେଉଛି।

ରାମାନନ୍ଦ ସାଗରଙ୍କ ରାମାୟଣ ପରେ ଅନେକ ନିର୍ମାତା ରାମାୟଣ କରିଛନ୍ତି। ହେଲେ କାହାରି ବି ଶୋ ରାମାନନ୍ଦ ସାଗରଙ୍କ ଶୋ ପରି ସଫଳତା ପାଇ ପାରି ନାହିଁ। ଅନ୍ୟ ରାମାୟଣରେ କଳାକାର ସିକ୍ସ ପ୍ୟାକ୍‌ ଦେଖିବାକୁ ମିଳିଥିଲା। ଏହା ସହିତ  ନୂତନ ଟେକ୍‌ନିକ୍‌ର ପ୍ରୟୋଗ ହୋଇଥିଲା। ତଥାପି ସେମାନଙ୍କୁ ରାମାନନ୍ଦ ସାଗରଙ୍କ ରାମାୟଣ ପରି ସଫଳତା ମିଳିନାହିଁ। ଏହାର କାରଣ କଣ ?

{"id":274442,"sizeSlug":"large"}

ମର୍ଡେନ୍ ରାମାୟଣ ଉପରେ କଣ କହିଲେ ଅରୁଣ ଗୋଭିଲ୍

ଏହି ସଂପର୍କିତ ପ୍ରଶ୍ନର ଉତ୍ତରରେ ଅରୁଣ ଗୋଭିଲ୍ କହିଛନ୍ତି, ଏହାର ସବୁଠୁ ବଡ କାରଣ ଏହା ଯେ ଭାବନା, ଆସ୍ଥା, ଶ୍ରଦ୍ଧା ସହିତ ରାମାନନ୍ଦ ସାଗର ରାମାୟଣ ନିର୍ମାଣ କରିଥିଲେ। ଏଥିରେ ଯେତେ ସବୁ କଳାକାର ଜଡିତ ଥିଲେ, ସମସ୍ତଙ୍କର ଶ୍ରଦ୍ଧା ଓ ଆସ୍ଥା  ଭାବ ବହୁତ ଥିଲା। ତେଣୁ ଏହାକୁ ଦେଖି ପରାତ୍ମା ନିଶ୍ଚୟ ଭାବିଥିବେ ଯେ, ଯଦି ମୋଠାରେ ଏମାନଙ୍କର ଏତେ ଶ୍ରଦ୍ଧା ତେବେ କିଛି ତ ନିଶ୍ଚୟ ଦେବାକୁ ପଡିବ।

ସିକ୍ସ ପ୍ୟାକ୍ସ ବଡି, ୧୦ ରୁ ୨୦ କ୍ୟାମେରା କିମ୍ବା ନୂତନ ଟେକ୍‌ନିକ୍‌ରେ ଆସ୍ଥା  ଓ ଶ୍ରଦ୍ଧା ଭାବ ଉତ୍ପନ ହୁଏ ନାହିଁ। ପୌରାଣିକ କଥାବସ୍ତୁରେ ଏହି ପରି ଟେକ୍‌ନିକ୍‌ ଚାଲେ ନାହିଁ, ସେଥିପାଇଁ ଶ୍ରଦ୍ଧା ଓ ଭାବନା ଦରକାର ବୋଲି ଗୋଭିଲ୍ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.