ଗାମୁଛାରେ ଲାଗିଛି ରକ୍ତର ଛିଟା, ପରୀକ୍ଷା ପାଇଁ ପଠାଯାଇଛି ଲ୍ୟାବ୍

Published By : Prameya-News7 Bureau | December 24, 2020 IST

ମୁଖ୍ୟ ଅରୁଣ ବୋଥ୍ରା । ଗତକାଲି ସରୋଜ ଘରୁ ଜବତ ହୋଇଥିବା ଗାମୁଛାରୁ କିଛି ତଥ୍ୟ ହସ୍ତଗତ ହେବ ବୋଲି ଘଟଣାର ଛାନ୍‌ଭିନ୍‌ କରୁଥିବା ଏପରି ତଥ୍ୟ ରଖିଛନ୍ତି ଏସ୍‌ଆଇଟି ମୁଖ୍ୟ ।  

ଖବର ଅନୁଯାୟୀ, ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜକୁ ଗିରଫ କରିଛି ଏସ୍‌ଆଇଟି । ଗତକାଲି ସରୋଜ ଘରୁ ଏକ ଗାମୁଛା ଜବତ ହୋଇଥିଲା । ଏପରିକି ଜବତ ହୋଇଥିବା ଗାମୁଛାରେ ରକ୍ତ ଛିଟା ରହିଛି । ତେଣୁ ତାହାର ପରୀକ୍ଷା କରାଗଲେ ସତ ପଦାକୁ ଆସିବ ବୋଲି ସୂଚନା ରହିଛି । ସେହିପରି ଗାମୁଛା ଯଦି ଧୁଆ ହୋଇଛି, ତେବେ ଚିହ୍ନ ମଧ୍ୟ ଛାଡ଼ିନି । ଗାମୁଛା ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯାଇଛି । ‘ପରୀକ୍ଷାରୁ ଜଣାପଡ଼ିବ ଗାମୁଛାରେ ଲାଗିଥିବା ରକ୍ତ କାହାର । ଏନେଇ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ଯଦୁପୁର ଗାଁକୁ ପୁଣି ଥରେ ସରୋଜକୁ ନେଇଛି ଏସ୍‌ଆଇଟି । କ୍ରାଇମ୍‌ ସିନ୍‌ ରିକ୍ରିଏସନ କରାଯାଇଛି । କ୍ରାଇମ୍‌ ସିନ୍ ରିକ୍ରିଏସନ୍‌ ବେଳେ ଅନେକ କିଛି ତଥ୍ୟ ରଖିଛି ସରୋଜ । ଯାହାକୁ ନେଇ ଛାନ୍‌ଭିନ୍‌ କରୁଛି ଏସ୍‌ଆଇଟି ।

wp:embed {"url":"http://www.prameyanews7.com/pari-hatya-case-flp/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/pari-hatya-case-flp/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.