ଅରୁଣ ବୋଥ୍ରା ହେଲେ ଏଡିଜି, ୩ ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି
29/12/2020 at 7:20 PM

ଭୁବନେଶ୍ବର୨୯/୧୨: ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା। ୧୯୯୬ ମସିହାର ୩ ଜଣ ଆଇପିଏସ୍ ଅଧିକାରୀଙ୍କ ଏଡିଜି ପାହ୍ୟା ପଦୋନ୍ନତି କରାଯାଇଛି। ନୟାଗଡ଼ ପରୀ ହତ୍ୟା ଘଟଣାର ତଦନ୍ତ ଭାର ସମ୍ଭାଳିଥିଲେ ବୋଥ୍ରା। ପରୀ ହତ୍ୟାକାରୀକୁ ଗିରଫ କରିବା ପରେ ଅରୁଣ ବୋଥ୍ରାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।
ଦୀର୍ଘଦିନ ଧରି ପରୀ ହତ୍ୟାକାଣ୍ଡ ଉପରୁ ପରଦା ଉଠି ପାରି ନଥିଲା। ଶେଷରେ କ୍ରାଇମବ୍ରାଞ୍ଚ ଦ୍ବାରା ଗଠିତ ଏସ୍ଆଇଟି ଗଠନ ହୋଇଥିଲା। ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ନୟାଗଡ଼ରେ ଏସଆଇଟି ଟିମ୍ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଅଭିଯୁକ୍ତ ଗିରଫ କରି ଅରୁଣ ବୋଥ୍ରା ନିଜର ଦକ୍ଷତା ପ୍ରମାଣ କରିଥିଲେ। ଖାଲି ସେତିକି ନୁହେଁ ବହୁ ଚର୍ଚ୍ଚିତ ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଭାର ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲେ ।
ଏହି ଘଟଣାରେ ମଧ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଗିରଫ କରି ଅରୁଣ ଚର୍ଚ୍ଚା ପରିସରକୁ ଆସିଥିଲେ। ସେହିପରି ଭଣ୍ଡ ସାରଥୀ ବାବାଙ୍କ କଳା ସାମ୍ରାଜ୍ୟକୁ ଭେଦ କରି ସାରଥୀଙ୍କୁ ଗିରଫ କରିଥିଲେ। ଯେଉଁ ଘଟଣା ଦୀର୍ଘଦିନ ହେବ ତଦନ୍ତ ଅବହେଳାରେ ପଡି ରହିଥିଲା, ସେହି ସବୁ ଘଟଣା ଉପରୁ ଅରୁଣ ବୋଥ୍ରା ପରଦା ଉଠାଇଥିଲେ।