ମୋଦୀଙ୍କ ସହ ବୈଠକ ପରେ ଲକଡାଉନକୁ ନେଇ ଟ୍ୱିଟ୍ କଲେ ଅରୁଣାଞ୍ଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ବିବାଦ ପରେ କଲେ ଡିଲିଟ୍

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ, ୦୨|୦୪:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କରୋନା ମୁକାବିଲାକୁ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ସଂକ୍ରମଣ ରୋକିବାକୁ ନେଇ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ପରେ ଅରୁଣାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ନିଜର ଏକ ଟ୍ୱିଟକୁ ନେଇ ବିବାଦରେ ଫସିଛନ୍ତି । ଏପରିକି ତାଙ୍କୁ ଟ୍ୱିଟ୍ ଡିଲିଟ୍ କରିବାକୁ ପଡିଥିଲା ।

wp:core-embed/twitter {"url":"https://twitter.com/ANI/status/1245638457172451330?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245638457172451330\u0026ref_url=https%3A%2F%2Fwww.lokmatnews.in%2Findia%2Farunachal-pradesh-cm-pema-khandu-tweeted-on-lockdown-after-meeting-of-chief-ministers-with-pm","type":"rich","providerNameSlug":"twitter","className":""}
https://twitter.com/ANI/status/1245638457172451330?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245638457172451330&ref_url=https%3A%2F%2Fwww.lokmatnews.in%2Findia%2Farunachal-pradesh-cm-pema-khandu-tweeted-on-lockdown-after-meeting-of-chief-ministers-with-pm
/wp:core-embed/twitter

ଖବର ସରବରାହ ସଂସ୍ଥା ଏଏନଆଇ ପେମା ଖାଣ୍ଡୁଙ୍କୁ ଟ୍ୱିଟର ସ୍କ୍ରିନସଟ୍ ସେୟାର କରିଛି । ଏହି ଟ୍ୱିଟରେ ଉଲ୍ଲେଖ ଥିଲା ଯେ, ଏପ୍ରିଲ ୧୫ରେ ଲକଡାଉନ ଶେଷ ହେବ । କିନ୍ତୁ ଏହାର ଅର୍ଥ ଆପଣ ରାସ୍ତାକୁ ଆସି ଗହଳି କରିବା ନୁହେଁ । କୋଭିଡ ୧୯କୁ ଦୂର କରିବା ପାଇଁ ସାମାଜିକ ଦୂରତା ଜରୁରୀ । ପେମା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହା ଟ୍ୱିଟ କରିଥିଲେ ।

wp:core-embed/twitter {"url":"https://twitter.com/PemaKhanduBJP/status/1245638565242916864?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245638565242916864\u0026ref_url=https%3A%2F%2Fwww.lokmatnews.in%2Findia%2Farunachal-pradesh-cm-pema-khandu-tweeted-on-lockdown-after-meeting-of-chief-ministers-with-pm","type":"rich","providerNameSlug":"twitter","className":""}
https://twitter.com/PemaKhanduBJP/status/1245638565242916864?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245638565242916864&ref_url=https%3A%2F%2Fwww.lokmatnews.in%2Findia%2Farunachal-pradesh-cm-pema-khandu-tweeted-on-lockdown-after-meeting-of-chief-ministers-with-pm
/wp:core-embed/twitter

ତେବେ ମୁଖ୍ୟମନ୍ତ୍ରୀ ଆଉ ଏକ ଟ୍ୱିଟ୍ କରି ସଫେଇ ଦେଇଛନ୍ତି ଯେ, ଏହି ଟ୍ୱିଟ୍ ତାଙ୍କ ଅଧିକାରୀମାନେ କରିଥିଲେ । ଯେଉଁମାନେ ଭଲ ଭାବେ ହିନ୍ଦୀ ବୁଝିନାହାଁନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ମୋଦୀ ସାଧାରଣ ଲୋକଙ୍କ ନିକଟରେ ସମସ୍ତ ଜରୁରୀ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ କିପରି ପହଁଚୁଛି ସେନେଇ ତଦାରଖ କରିଛନ୍ତି । ଏହାସହ ଲକଡାଉନକୁ ରାଜ୍ୟରେ କଡାକଡି ପାଳନ କରିବା ପାଇଁ ସେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଯେଉଁରାଜ୍ୟକୁ ଜମାତର ଲୋକ ଯାଇଛନ୍ତି ସେମାନଙ୍କୁ ଅତିଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମେଡିକାଲ ସୁବିଧା ବାବଦରେ ତଥ୍ୟ ନେବେ ଓ ରାଜ୍ୟ ସରକାର କେନ୍ଦ୍ରଠୁ କେଉଁ ସାହାଯ୍ୟ ଚାହୁଁଛି ସେନେଇ ମଧ୍ୟ ଆଲୋଚନା କରାଯିବ । ଶ୍ରମିକଙ୍କ ପଳାୟନକୁ ରୋକିବା ପାଇଁ ମୋଦୀ କହିଛନ୍ତି ।ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଶ୍ରମିକମାନେ ରାସ୍ତାକୁ ନବାହାରିବା ପାଇଁ ସେ ଅପିଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.