ଆଧୁନିକତାର ଚାକଚକ୍ୟରେ ହଜିଯିବାକୁ ବସିଛି ପୁରୁଣା ପରମ୍ପରା- ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି କଳାକାର

Published By : Prameya-News7 Bureau | December 14, 2019 IST

ବଲାଙ୍ଗୀର ୧୪।୧୨ - ଆଧୁନିକତାର ଚାକଚକ୍ୟରେ ହଜିଯିବାକୁ ବସିଛି ପୁରୁଣା ପରମ୍ପରା । ଲେ।କ କଥା ହେଉ କି ଲେ।କ ଗୀତ, ପୌରାଣିକ କଥାବସ୍ତୁଠୁ ମୁହଁ ମେ।ଡୁଛନ୍ତି ଯୁବପିଢୀ ।କିନ୍ତୁ କଳାକୁ ବଞ୍ଚାଇବାକୁ ପ୍ରୟାସ କରିଛନ୍ତି ବଲାଙ୍ଗୀର ଠିକାଦାରପଡାର କଳାକାର । ମାର୍ଗଶୀର ମାସ ଗୁରୁବାରରେ ମହାଲକ୍ଷ୍ମୀପୁରାଣ ଗୀତିନାଟ୍ୟ କରି ୪୦ବର୍ଷର ପରମ୍ପରାକୁ ଉଦ୍ଜୀବତ କରିଛନ୍ତି କଳାକାର ।

{"id":197688,"sizeSlug":"large"}

ରାଗିଛନ୍ତି ମହାଲକ୍ଷ୍ମୀ । ମା’ଙ୍କ ମାନଭଞ୍ଜନ ପାଇଁ ପ୍ରୟାସ ଚଳାଇଛନ୍ତି ମହାପ୍ରଭୁ ଜଗନ୍ନାଥ ।ବଡ ଭାଇ  ବଳଭଦ୍ର ବି ମା’ଙ୍କୁ ବୁଝାଉଛନ୍ତି ରାଜ ନଅରକୁ ଫେରିବାକୁ । କିନ୍ତୁ ମା’ ଲକ୍ଷ୍ମୀ ନଛେ।ଡବନ୍ଧ । ଲକ୍ଷ୍ମୀପୁରାଣରେ ୩ ଠାକୁରଙ୍କ ଚରିତ୍ରକୁ ଅତି ନିଖୁଣ ଭାବରେ ତୁଲାଇଛନ୍ତି କଳାକାର ।ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଠିକାଦାରପଡାର । ଦୀର୍ଘ  ୪୦ବର୍ଷ ଧରି ପ୍ରତି ବର୍ଷ ମାର୍ଗଶୀର ମାସରେ ମହାଲକ୍ଷ୍ମୀପୁରାଣ ନାଟକ ପ୍ରଦର୍ଶିତ ହେଉଥିଲା । କିନ୍ତୁ ୨୭ବର୍ଷ ହେଲା ନାଟକ ବନ୍ଦ ହେ।ଇଯାଇଥିଲା । ତେଣୁ ଯୁବପିଢୀଙ୍କ ଭିତରେ ପୌରାଣିକ କଥାବସ୍ତୁକୁ ନେଇ ଜ୍ଞାନ ବୃଦ୍ଧି କରିବାକୁ ପୁଣି ଥରେ ପରମ୍ପରାକୁ ଉଜ୍ଜୀବିତ କରିଛନ୍ତି କଳାକାର । ମଞ୍ଚସ୍ଥ ହେ।ଇଛି ନାଟକ ମହାଲକ୍ଷ୍ମୀ ପୁରାଣ ।

{"id":197689,"sizeSlug":"large"}

।୪୦ବର୍ଷ ଧରି ନାଟକ ପରିବେଷଣ ହେ।ଇ ଆସୁଥିବା ବେଳେ ଅର୍ଥ ଓ ପ୍ରେ।ତ୍ସାହନ ଅଭାବରୁ ୨୭ବର୍ଷ ଧରି ବନ୍ଦ ପଡିଥିଲା ନାଟକ । ଧୀରେ ଧୀରେ କଳାକାରଙ୍କ ଆଗ୍ରହ ବି କମିଲା ।କିନ୍ତୁ ନିଜ ଉଦ୍ୟମରେ ପଡା ବାସୀଙ୍କ ସହଯୋଗରେ ପୁଣି ଥରେ ନାଟକ କରିବାକୁ ସ୍ଥିର କରିଥିଲେ କଳାକାର ।ଯାହାକୁ ଶହ ଶହ ଦର୍ଶକ ଉପସ୍ଥିତ ରହି ଉପଭେ।ଗ କରିଥିଲେ । ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ସଂସ୍କୃତି ଅଧିକାରୀ ଏହାକୁ ପ୍ରଶାସନିକ ସ୍ତରରେ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି ।

{"id":197690,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.