ରୂପକାରଙ୍କ ମନକଥା: 'ମହାପ୍ରଭୁ ରଥରେ ବିଜେ ହେଲେ ଆମର ସବୁ ଶ୍ରମ ସାର୍ଥକ ହେବ'

Published By : Prameya-News7 Bureau | June 15, 2020 IST

ପୁରୀ୧୫/୬: ରଥ ନିର୍ମାଣରେ ନିୟୋଜିତ ରୂପକାର ଆଖିରେ ଲୁହ। ତାଳଧ୍ୱଜ ରଥର ରୂପକାର ସେବାୟତ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଆଖିରେ ଲୁହ। ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ରଥନିର୍ମାଣ ଅତି ନିଷ୍ଠାର ସହ କରି ଆସୁଛନ୍ତି ପୂର୍ଣଚନ୍ଦ୍ର। ତେବେ ଚଳିତ ବର୍ଷ ରଥନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଦେଖାଯାଇଥିବା ବେଳେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏହି ସେବାୟତ। ସରକାରଙ୍କ ଗ୍ରୀନ୍ ସିଗ୍‌ନାଲ୍ ମିଳିନଥିବାରୁ ସବୁ କିଛି ମହାପ୍ରଭୁଙ୍କ ଉପରେ ଛାଡ଼ି ଦେଇଥିଲ। ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥର କୋଣଗୁଜ ଅନୁକୂଳ ହେବାର ବିଧି ଓ ପରମ୍ପରା ଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ଏହାର ଶୁଭାରମ୍ଭ ହୋଇପାରିନଥିଲା।

wp:html /wp:html

ରଥ ନିର୍ମାଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହେଲେ ଏହା ଶେଷ ହେବା ସମ୍ଭବ ନୁହେଁ ବୋଲି ପୂର୍ଣ୍ଣଚନ୍ଦ୍ର ଭାବି ନେଇଥିଲେ। କିନ୍ତୁ ଭାବ ବିନୋଦିଆ କାଳିଆ ଠାକୁର ଅସମ୍ଭବକୁ ସମ୍ଭବ କରାଇ ଦେଲେ। ରଥନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଗ୍ରୀନ୍ ସିଗନାଲ୍ ମିଳିବା ପରେ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଲେ ସମସ୍ତ ସେବାୟତ। ତେବେ ରଥ ନିର୍ମାଣରେ ରୂପକାରଙ୍କ ଥାଏ ପ୍ରମୁଖ ଭୂମିକା।

ତେବେ କୋଣଗୁଜ, ରାହୁମୁଣ୍ତ, ମଗରମୁଣ୍ତରେ ରୂପ ଦେବା ସହ ଘୋଡ଼ା ମରାମତି ଭଳି ଅନେକ କାର୍ଯ୍ୟ ରୂପକାର ସେବାୟତ ମାନେ ହିଁ କରିଥାନ୍ତି। ଏବେ ରଥର ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଡ଼ଦାଣ୍ତରେ ଠିଆ ହୋଇଛି ତିନିରଥ। ରଥନିର୍ମାଣ ହେବ କି ନାହିଁ ସେ ନେଇ ସବୁ ସ୍ତରରେ ଆଶଙ୍କା ଦେଖା ଦେଇଥିବା ବେଳେ ମହାପ୍ରଭୁ ନିଜ ରଥକୁ ନିଜେ ଠିଆ କରାଇଥିବା କହି ନ୍ୟୁଜ୍7 କ୍ୟାମେରା ଆଗରେ କାନ୍ଦି ପକେଇଛନ୍ତି ରୂପକାର ସେବାୟତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଜିଇଁ ଥିବା ଯାଏଁ ତୁମ ସେବା କରିବାର ସୁଯୋଗ ମିଳୁଥାଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ସହ ଏ ଲୁହ ଖୁସିର ଲୁହ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.