ଜାନିଯାତ୍ରା-ପର୍ବ ପାର୍ବଣ ସବୁ ବନ୍ଦ: ରାସ୍ତାକୁ ଓହ୍ଲାଇଲେ ବାଜା ଓ କଳାକାର ସଂଘ

Published By : Prameya-News7 Bureau | September 24, 2020 IST

ସୁବର୍ଣ୍ଣପୁର୨୪/୯: କରୋନା ଲକଡାଉନ୍‌ ଏବଂ ସଟଡାଉନର ପ୍ରଭାବ ସିଧାସଳଖ‌ ଜୀବନ- ଜୀବିକା ଉପରେ ପଡିଛି ନିଶ୍ଚିତ। ଏହି କଥାକୁ ଅସ୍ବୀକାର କରି ହେବ ନାହିଁ। କରୋନା ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲା ବାଜା ଓ କଳାକାରମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବାହାଘର ପୂଜା ପାର୍ବଣରେ ବାଜା ବଜାଇ ଦୁଇ ପଇସା ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ତାଙ୍କର ଜୀବିକା ଚଳିଲେ ପେଟକୁ ଦାନା ମିଳୁଥିଲା। ହେଲେ ବର୍ତ୍ତମାନ କରୋନା ଯୋଗୁଁ ବାହାଘର,ବ୍ରତଘର ଏବଂ ବିଭିନ୍ନ ଜାନିଯାତ୍ରା ପର୍ବ ପାର୍ବଣୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି । ତେଣୁ ଜୀବିକା ହରାଇ  ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛି ସୁବର୍ଣ୍ଣପୁର ଜିଲ୍ଲାର ବାଜା ଓ କଳାକାର ସଂଘ । ଆର୍ଥିକ ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବାଜା ଓ କଳାକାର ସଂଘ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.