ଟ୍ରାଜେଡି କିଙ୍ଗଙ୍କ ସ୍ମୃତିରେ... ବାଲୁକା କଳାରେ ସୁଦର୍ଶନ, ଗ୍ରାଫିକ୍ସରେ ଅମୁଲ ଦେଲା ନିଆରା ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | July 09, 2021 IST

ନୂଆଦିଲ୍ଲୀ ୦୯/୦୭: ବଲିଉଡର ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାର ଜୁଲାଇ ୭ରେ ବିଶ୍ୱକୁ ସବୁଦିନ ପାଇଁ ବିଦାୟ ଦେଇଛନ୍ତି। ତାଙ୍କ ମୃତ୍ୟୁରେ ପତ୍ନୀ ସାଇରା ବାନୁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ଫ୍ୟାନ୍ସମାନେ ଚକିତ ହୋଇପଡିଛନ୍ତି।  ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଏହି ସମୟରେ ଅନ୍ତର୍ଜାତୀୟ ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ ଦିଲୀପ କୁମାରଙ୍କୁ ଏକ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଯାହା ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହେଉଛି।

wp:html /wp:html

ଓଡ଼ିଶାର ପୁରୀ ବେଳାଭୂମିରେ ଦିଲୀପ କୁମାରଙ୍କ ଚିତ୍ର ଅଙ୍କନ କରି ସୁଦର୍ଶନ ପଟ୍ଟନାୟକ ଦିଲୀପ କୁମାରଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କ କଳାର ଭିଡିଓ ସେୟାର କରିଛନ୍ତି। ଏଥିସହିତ କ୍ୟାପସନରେ ଲେଖିଛନ୍ତି, 'ଏକ ଯୁଗର ଶେଷ । ସିନେମାର କିମ୍ବଦନ୍ତୀ ଦିଲୀପ କୁମାର ଜୀଙ୍କୁ ଶ୍ରଦ୍ଧାଞ୍ଜଳି । ଓଡିଶାର ପୁରୀ ବେଳାଭୂମିରେ ମୋର ବାଲୁକା କଳା । '

wp:html /wp:html

ଏମାନଙ୍କ ବ୍ୟତୀତ ଅମୁଲ ସ୍ୱର୍ଗତ ଦିଲୀପ କୁମାରଙ୍କ ମୃତ୍ୟୁକୁ ମଧ୍ୟ ସମବେଦନା ଜଣାଇଛନ୍ତି ଏବଂ ଏକ ଚମତ୍କାର ଗ୍ରାଫିକ୍ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅମୁଲ ନିଜର ଟ୍ୱିଟର ଆକାଉଣ୍ଟରେ ଗ୍ରାଫିକ୍ ସେୟାର କରିଛନ୍ତି। ଏହା ସହିତ କ୍ୟାପସନରେ ଲେଖିଛନ୍ତି, 'କିମ୍ବଦନ୍ତୀ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.