Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବୁଦ୍ଧି ଭ୍ରଷ୍ଟ କରିଦେଇଥାଏ ଏହି ଡ୍ରଗ୍ସ: ଠିଆ ଠିଆ ଶୋଇପଡେ ସେବନକାରୀ, ରାମ୍ପିକି ନିଜକୁ କରିଦିଏ ଖଣ୍ଡିଆ…

21/10/2021 at 7:50 PM

ନୂଆଦିଲ୍ଲୀ ୨୧/୧୦ : ଡ୍ରଗ୍ସ ଯେଉଁଭଳି ବି ହେଉଥାଉ ଏହି ନିଶା ଦ୍ରବ୍ୟ ମଣିଷକୁ ବରବାଦ କରିଦେଇଥାଏ। ନିଶାର ଏହି ଜାଲରେ ପଡିବା ପରେ ମଣିଷ ବଡ କଷ୍ଟରେ ସେଥିରୁ ବାହାରି ପାରିଥାଏ। ଡ୍ରଗ୍ସ ଶରୀରକୁ ସବୁ ପ୍ରକାରେ କ୍ଷତି ହିଁ ପହଞ୍ଚାଇଥାଏ। କିନ୍ତୁ ବର୍ତ୍ତମାନ ଆଫ୍ରିକୀୟ ଦେଶ କଙ୍ଗୋର ରାଜଧାନୀ କିନଶାସାରେ ଏକ ଅଜବ ଡ୍ରଗ୍ସ ବ୍ୟବହୃତ ହେଉଛି। ଏହି ଡ୍ରଗ୍ସ ସେବନ କରିବା କ୍ଷଣି ମଣିଷର ବୁଦ୍ଧି ଭ୍ରଷ୍ଟ ହୋଇଯାଇଥାଏ ଓ ସେ ନିଜର ନିୟନ୍ତ୍ରଣ ହରାଇବସେ।

ସାରା ବିଶ୍ୱ କରୋନା ମହାମାରୀର ଶିକାର ହୋଇଥିବାବେଳେ କଙ୍ଗୋର ରାଜଧାନୀରେ ଏକ ଭିନ୍ନ ମହାମାରୀ ବିସ୍ତାର କରିଛି। ଏଠାରେ ଏକ ନୂଆ ପ୍ରକାର ଅତ୍ୟନ୍ତ ବିପଦଜନକ ଡ୍ରଗ୍ସ ବଜାରକୁ ଆସିଛି। ବାମ୍ବି ନାମକ ଏହି ଡ୍ରଗ୍ସ ଖୁବ ଶୀଘ୍ର ବିସ୍ତାର କରୁଛି। ଲିଂଗାଲା ଭାଷାରେ ଏହାର ଅର୍ଥ ଶକ୍ତିଶାଳୀ। ବ୍ରାଉନ ପାଉଡର ଭଳି ଦେଖାଯାଉଥିବା ଏହି ଡ୍ରଗ୍ସ ବହୁତ ବିପଦଜନକ।

ବାମ୍ବି ନାମକ ଏହି ଡ୍ରଗ୍ସକୁ କାଟାଲାଇଟିକ୍ କନଭର୍ଟରର ସେଲାମିକ୍ କୋରକୁ ଗୁଣ୍ଡ କରି ତିଆରି କରାଯାଏ। ଏହି କନଭର୍ଟର ସାଧାରଣତଃ କାରରେ ବିଷାକ୍ତ ଗ୍ୟାସ ଓ ଏକଜଷ୍ଟ ପାଇପରୁ କାର୍ବନ ଏମିସନ କମ କରିବାକୁ ଲଗାଯାଇଥାଏ। ଏହାର ପାଉଡରକୁ ଅନ୍ୟାନ୍ୟ ଔଷଧ ସହ ମିଶାଇ ପ୍ରସ୍ତୁତ କରାଯାଏ। ଏହି ପାଉଡର ସେବନ କରିବା ପରେ ମଣିଷ ଯେଉଁଠି ଯେମିତି ଥାଏ ସେମିତି ହଲଚଲ ନ ହୋଇ ଛିଡା ହୋଇ ରହିଥାଏ। ଏହି ସ୍ଥିତି କିଛି ଘଣ୍ଟା ଓ ବେଳେବେଳେ କିଛି ଦିନ ଯାଏଁ ଚାଲିଥାଏ। ମଣିଷ ଜମ୍ବି ଭଳି ଅଯଥାରେ ଏପଟ ସେପଟ ହେଉଥାଏ। ଏବେ ଏହି ଡ୍ରଗ୍ସ ସେବନ କରୁଥିବା ଲୋକଙ୍କୁ କିନଶାସାର ଜମ୍ବି କୁହାଯାଉଛି।

ରେଡ଼ିଓ ଓକପି ସହ କଥାବାର୍ତ୍ତାରେ ପ୍ରଫେସର ନଡେଲା କହିଛନ୍ତି ଯେ ଡ୍ରଗ୍ସ ସେବନ କରିବା କ୍ଷଣି ଯୁବକମାନେ ଚେତା ଥାଇ ମଧ୍ୟ ଅଚେତ ହୋଇଯାଆନ୍ତି। ଲୋକେ ଛିଡା ହୋଇ ଶୋଇପଡନ୍ତି। ନିଜ ହାତକୁ ଖଣ୍ଡିଆ ଖାବରା କରିଦିଅନ୍ତି ଓ ମୁହଁର ଭାବ ବଦଳିଯାଏ। କେତେବେଳେ ବିନା କାରଣରେ ହସନ୍ତି ତ କେତେବେଳେ କାନ୍ଦନ୍ତି। ତାଙ୍କ ମଧ୍ୟରୁ ସଫାସୁତୁରା ରହିବାର ଚେତା ରହେନି। ସେମାନେ ଅସନା ହୋଇ ବୁଲୁଥାନ୍ତି। ଖାଇବା, ପିଇବା, ଶୋଇବା କେଉଁଥିରେ ବି ହୋସ ରହେନି। ଏହି ଡ୍ରଗ୍ସ ବହୁତ ଶସ୍ତା ମଧ୍ୟ। ସେଥିପାଇଁ ଏହାକୁ ବିକିବା ଓ କିଣିବା ମଧ୍ୟ ସହଜ। ଯେଉଁମାନେ ନିଜ ଅଭାବ ଓ ଗରିବୀ ଭୁଲିବାକୁ ଚାହୁଁଥାନ୍ତି ସେମାନେ ବହୁଳ ମାତ୍ରାରେ ଏହି ଡ୍ରଗ୍ସ ବ୍ୟବହାର କରୁଛନ୍ତି।

   Related Posts