ଭଦ୍ରକ: ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା

Published By : Prameya-News7 Bureau | July 10, 2020 IST

ଭଦ୍ରକ୧୦/୭: ଭଦ୍ରକ ବ୍ଲକ ଅର୍ଣ୍ଣପାଳ ବିଷ୍ଣୁପୁର ପଞ୍ଚାୟତରେ ଦେଖା ଦେଇଛି କୃତ୍ରିମ ବନ୍ୟା। ସାଳନ୍ଦୀ ନଦୀରେ ହଦଗଡ଼ ଡ୍ୟାମ୍‌ ପାଣି ଛାଡ଼ିବାରୁ ତଳିଆ ଅଞ୍ଚଳରେ କୃତିମ ବନ୍ୟା ସୃଷ୍ଟି ହୋଇଛି। ସାଳନ୍ଦୀ ନଦୀରେ କୃତ୍ରିମ ବନ୍ୟା ସୃଷ୍ଟି ହେବା ଯୋଗୁଁ ଉକ୍ତ ପଞ୍ଚାୟତର ତଳି ଅଞ୍ଚଳରେ ଥିବା ଚାଷ ଜମି ସହ ଘରେ ମଧ୍ୟ ନଦୀ ପାଣି ପଶିଯାଇଛି। ବର୍ତ୍ତମାନ ଚାଷୀ ଧାନ ଚାଷ ପାଇଁ ଜମିରେ ତଳି ପକାଇଥିଲେ। ଏହି କୃତ୍ରିମ ବନ୍ୟା ଯୋଗୁଁ ଚାଷ ଜମି ନଷ୍ଟ ହେବା ଆଶଙ୍କାରେ ଚାଷୀ କୂଳ।

 ସେହିପରି ତିହିଡି ବ୍ଲକରେ ଅନୁରୂପ ଭାବେ ସାଳନ୍ଦୀ ନଦୀର ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇ ବିଲଣା, ବାରୋ ଏବଂ କାଁପଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଥିବା ଚାଷ ଜମିରେ ପାଣି ମାଡିଯାଇଛି। ଜମିରେ ବନ୍ୟା ପାଣି ଲହଡି ମାରୁଥିବାରୁ ଧାନ ଚାଷ ପାଇଁ ହୋଇଥିବା ତଳି ଗୁଡିକ ପଚିଯିବା ଆଶଙ୍କାରେ ଚାଷୀକୂଳ। ତିନିଦିନ ଧରି ତଳି ପାଣିରେ ବୁଡି ରହିଥିବାରୁ ତଳି ନଷ୍ଟ ହୋଇଯିବା ଆଶଙ୍କାରେ ଚାଷୀ। ନଦୀ ପାଣି ଘର ପାଖରେ ଲାଗିଥିବାରୁ ଭୟଭୀତ ଅବସ୍ଥାରେ ରହୁଛନ୍ତି ଗ୍ରାମବାସୀ। ଏଥିନେଇ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.