Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଜାଣନ୍ତୁ କ’ଣ ପାଇଁ ଜମ୍ମୁ-କାଶ୍ମୀର ସହ ବିଜେପିର ରହିଛି ଭାବନାତ୍ମକ ସମ୍ପର୍କ, ଦେଶରେ କେବେଠୁ ବିରୋଧ କରୁଛି ଅନୁଚ୍ଛେଦ ୩୭୦କୁ

5/08/2019 at 5:49 PM

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଓ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ନେଇ ବିଜେପି ପ୍ରଥମରୁ ହିଁ ସମ୍ବେଦନଶୀଳ ରହିଆସିଛି। ଏହାର ମୁଖ୍ୟ କାରଣ ହେଉଛନ୍ତି ଜନସଂଘର ସଂସ୍ଥାପକ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀ। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଡା. ମୁଖାର୍ଜୀ କେନ୍ଦ୍ରମନ୍ତ୍ରୀ ଥିଲେ । ତେବେ ଭାରତରେ ଜମ୍ମୁ-କାଶ୍ମୀରର ବିଲୟ ସମ୍ପର୍କିତ ପ୍ରସ୍ତାବର ସର୍ତ୍ତକୁ ସେ ପ୍ରଥମରୁ ବିରୋଧ କରୁଥିଲେ। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କାଶ୍ମୀରର ସର୍ତ୍ତକୁ ମଞ୍ଜୁର କରି ଦେଶରେ ସାମିଲ କରିଥିଲେ। ତେବେ ଭାରତରେ ସାମିଲ ହେବା ପରେ ବି କାଶ୍ମୀରର ସ୍ୱାୟତତା କାୟମ ଥିଲା। ହେଲେ କଠୋର ସର୍ତ୍ତାବଳିକୁ ଡ. ମୁଖାର୍ଜୀ ବିରୋଧ କରି ଶ୍ରୀନଗର ଚାଲ ଆହ୍ୱନ ଦେଇଥିଲେ। ଯେଉଁଠାରେ ତାଙ୍କୁ ତତ୍କାଳିତ ଅବଦୁଲ୍ଲା ସରକାର ଗିରଫ କରିବା ସହ ଜେଲରେ ରଖିଥିବା ବେଳେ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

କାଶ୍ମୀର ପ୍ରସଙ୍ଗରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ମୁଖାର୍ଜୀ
ଭାରତରେ ଜମ୍ମୁ-କାଶ୍ମୀରର ବିଲୟ ଏକ ଗୁରୁତ୍ୱପୂର୍ଣ୍ଣ ଓ ଦୀର୍ଘ ପ୍ରକ୍ରି.ୟା ଥିଲା। କାଶ୍ମୀରର ରାଜ୍ୟମାନ୍ୟତାକୁ ନେଇ ସ୍ୱାଧୀନତା ପରଠାରୁ ଆରମ୍ଭ ହୋଇଥିବା ଆଲୋଚନା ଦୀର୍ଘ ୫ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୧୯୫୨ ମସିହା ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ଜାରି ଥିଲା। କାଶ୍ମୀର ପକ୍ଷରୁ ଶେଖ ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ଆଲୋଚନା କରୁଥିଲେ। ଅବ୍ଦୁଲ୍ଲା ଯାହା ମନକୁ ଆସୁଥିଲା ସର୍ତ୍ତ ରଖୁଥିଲେ। ଏହାକୁ ମନ୍ତ୍ରୀମଣ୍ଡଳର ସଦସ୍ୟ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀ ବିରୋଧ କରିଥିଲେ। ଅନ୍ୟ ରାଜ୍ୟ ଭଳି କାଶ୍ମୀରର ମଧ୍ୟ ଭାରତରେ ନିସର୍ତ୍ତ ବିଲୟ ଚାହୁଁଥିଲେ ମୁଖାର୍ଜୀ। ହେଲେ କାଶ୍ମୀର ବାହାନାରେ ଅବଦୁଲ୍ଲା ଦେଶର କ୍ଷମତା ଡୋର ହାତେଇବା ଉଦ୍ଦେଶ୍ୟରେ ଥିଲେ। ଏଣୁ ସର୍ତ୍ତରେ ନିଜ ରାଜ୍ୟ ପାଇଁ ଭାରତର ଜାତୀୟ ପତାକା ବ୍ୟତିରେକ ପୃଥକ ପତାକାଠାରୁ ଆରମ୍ଭ କରି ପୃଥକ ସମ୍ବିଧାନ, ପୃଥକ ସାମ୍ବିଧାନିକ ମୁଖ୍ୟ ଆଦି ସର୍ତ୍ତ ରଖିଥିଲେ। ଏତିକି ନୁହେଁ ଭାରତକୁ ରାଜ୍ୟ ମାମଲାରେ କେଉଁଶକ୍ତି ପ୍ରଦାନ କରାଯିବ ତାହା ଜମ୍ମୁ-କାଶ୍ମୀର ନିର୍ଦ୍ଦାରିତ କରିବ ବୋଲି ମଧ୍ୟ ସେ ଚାହୁଁଥିଲେ।

ହେଲେ ଏସବୁ ପ୍ରତି ଅଣଦେଖା କରି ତତ୍କାଳୀନ ଭାରତ ସରକାର କାଶ୍ମୀର ଲାଗି ବିଶେଷ ଅନୁଚ୍ଛେଦ ୩୭୦ ପ୍ରସ୍ତୁତ କରି  ସମ୍ବିଧାନରେ ସଂଯୁକ୍ତ କରିଦେଇଥିଲେ। ଫଳରେ କାଶ୍ମୀର ଭାରତରେ ରହି ମଧ୍ୟ ଏକ ସ୍ୱତନ୍ତ୍ର ଦେଶ ଭଳି ଆଚରଣ କରିଥିଲା। ଯେଉଁଠାରେ ଭାରତ ଓ ଭାରତୀୟଙ୍କର କୌଣସି ଗୁରୁ୍ତ୍ୱ ନଥିଲା। ଏହାକୁ ବିରୋଧ କରି ଡା. ମୁଖାର୍ଜୀ ନେହେରୁଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ଜନସଂଘ ନାମରେ ନୂତନ ରାଜନୈତିକ ଦଳ ଗଠନ କରିଥିଲେ।

ତେବେ ଅବ୍ଦୁଲ୍ଲାଙ୍କ ନୀତିକୁ ରାଜ୍ୟରେ ପ୍ରଜା ପରିଷଦ ବିରୋଧ କରୁଥିଲା। ଏଣୁ ୧୯୫୧ରେ ହୋଇଥିବା ରାଜ୍ୟର ପ୍ରଥମ ନିର୍ବାଚନକୁ  ପ୍ରଜା ପରିଷଦ ବହିଷ୍କାର କରିଥିବା ବେଳେ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ ର ପ୍ରାର୍ଥୀମାନେ ସମସ୍ତ ୭୫ଟି ଆଶନରେ ଜିତି ଯାଇଥିଲେ। ଫଳରେ ଅବଦୁଲ୍ଲା ରାଜ୍ୟର ଶାସନ ଡୋରୀ ସମ୍ଭାଳିବା ସହ ନିଜର ସର୍ତ୍ତଗୁଡିକୁ କଠୋର ଭାବେ ରାଜ୍ୟରେ ଲାଗୁ କରିଥିଲେ। ଏଥିରେ ଭାରତୀୟଙ୍କୁ କାଶ୍ମୀରରେ ସ୍ଥାୟୀ ବସବାସଅନୁମତି ବି ନଥିଲା। ଏଥିରେ ପାକିସ୍ତାନର ଆକ୍ରମଣ  କାଶ୍ମୀରର ଚିତ୍ର ବଦଳେଇ ଦେଇଥିଲା। ଭାରତ ଠାରୁ ଯୁଦ୍ଧ୍ୟରେ ପରାଜିତ ହୋଇ ମଧ୍ୟ ଅଧାରୁ ଅଧିକ କାଶ୍ମୀରକୁ ପାକ୍ ମାଡି ବସିଥିଲା।  ହେଲେ ଏଥିପ୍ରତି ଜାବାହାରଲାଲ ନେହେରୁ ସରକାରସାମାନ୍ୟ ପ୍ରତିକ୍ରିୟା ମଧ୍ୟ ବ୍ୟକ୍ତ କରିନଥିଲେ।

ଏଣୁ ଶ୍ୟାମାପ୍ରସାଦ ମୁଖାର୍ଜୀ ପାକିସ୍ତାନ ଠାରୁ ପାକ୍ ଅଧିକୃତ କାଶ୍ମୀରକୁ ମୁକ୍ତ କରିବା, କାଶ୍ମୀରରେ ଅବଦୁଲ୍ଲା ସରକାରଙ୍କ ଦ୍ବାରା ବନ୍ଦୀ ରାଜନେତାଙ୍କମୁକ୍ତି ଆଦି ଦାବିରେ  ‘ଏକଦେଶ ଦୋ ପ୍ରଧାନ, ଦୋ ବିଧାନ, ଦୋ ନିଶାନ  ନହିଁ ଚଲେଗା..ନହିଁ ଚଲେଗା ’ ଡାକରା ଦେବା ସହ ୮ ମେ ୧୯୫୩ରେ କାଶ୍ମୀର ଚଲୋ ଅଭିଯାନରେ ଯାଇଥିଲେ। ତେବେ ଏକଛତ୍ରବାଦୀ ଅବଦୁଲ୍ଲା ତାଙ୍କୁ ଶ୍ରୀନଗରରେ ମେ ୧୧ ତାରିଖ ଦିନ ଗିରଫ କରିବା ସହ ଜେଲରେ ବନ୍ଦୀ କରିଥିଲେ। ଜେଲରେ ବନ୍ଦୀ ଥିବା ବେଳେ ୧୯୫୩ ମସିହା ଜୁନ ୨୩ ତାରିଖ ଦିନ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପରଲୋକ ସହ ଜନସଂଘର ବିଘଟନ ହୋଇଥିଲା। ତେବେ ଜନସଂଘର ସ୍ଥାନ ନେଇଥିଲା ଆଜିର ଭାରତୀୟ ଜନତା ପାର୍ଟି ବା ବିଜେପି। ଆରମ୍ଭରୁ ହିଁ   ‘ଏକଦେଶ ଦୋ ପ୍ରଧାନ, ଦୋ ବିଧାନ, ଦୋ ନିଶାନ’କୁ ବିରୋଧ କରି ଆସୁଥିବା ଦଳ ଶେଷରେ ଦେଶରେ ଜନସଂଘର ରାଜନୈତିକ ଆଦର୍ଶ ସ୍ଥାପନା କରିବାରେ ସଫଳ ହୋଇଛି।

   Related Posts