Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଡ଼ ନିଷ୍ପତ୍ତି : ଧାରା ୩୭୦ ଉଚ୍ଛେଦ ଓ କାଶ୍ମୀର ପୁନର୍ଗଠନ ପରେ ଭାରତ ପାଇଁ ଏହି ପ୍ରତିବନ୍ଧକ ଜାରି କଲା ପାକିସ୍ତାନ …

6/08/2019 at 12:16 PM

ଉତ୍ତରାଞ୍ଚଳ ୬/୮: ଧାରା ୩୭୦ ଉଚ୍ଛେଦ ଓ କାଶ୍ମୀର ପୁନର୍ଗଠନ ସାଙ୍ଗକୁ ଜାମ୍ମୁ-କାଶ୍ମୀରରେ ଅତିରିକ୍ତ ଭାରତୀୟ ସେନାଙ୍କ ମୁତୟନ ଦେଖି ଭୟଭୀତ ହୋଇ ପାକିସ୍ତାନ ସେନା ଏକ ବଡ଼ ନିଷ୍ପତ୍ତି ନେଇଛି। ପାକିସ୍ତାନୀ ସେନା ନିଜ ଓ୍ବେବସାଇଟକୁ ଭାରତ ପାଇଁ ବ୍ୟାନ୍ କରିଛି। ଏହାର ଅର୍ଥ ହେଉଛି ଯେ କୈାଣସି ଭାରତୀୟ ପାକିସ୍ତାନୀ ସେନାର ଓ୍ବେବସାଇଟ୍ ଆକ୍ସେସ୍ କରିପାରିବେ ନାହିଁ।

ଓ୍ବେବସାଇଟକୁ ଲଗଇନ୍ କରିଲେ କିଛି ମ୍ୟାସେଜ ଲେଖା ହୋଇଥିବା ଦେଖିବାକୁ ମିଳେ। ଏଥିରେ ଲେଖା ଯାଇଥାଏ ଯେ ଓ୍ବେବସାଇଟର ଆଡମିନ ଭାରତୀୟଙ୍କ ଆକ୍ସେସକୁ ପ୍ରତିବନ୍ଧିତ କରିଛି।

ଏବେ ଯାଏଁ ଏକଥା ଜଣାପଡ଼ିପାରି ନାହିଁ ଯେ ପାକିସ୍ତାନୀ ସେନାର ଓ୍ବେବସାଇଟକୁ କେଉଁ ଉଦ୍ଦେଶ୍ୟରେ ଭାରତ ପାଇଁ ପ୍ରତିବନ୍ଧିତ କରାଯାଇଛି। ପାକିସ୍ତାନୀ ସେନାର ଏହି ପଦକ୍ଷେପରୁ ଏହା ନିଶ୍ଚିତ ହୋଇଛି ଯେ କାଶ୍ମୀର ଘାଟିରେ ଭାରତୀୟ ସମରସଜ୍ୟାକୁ ଦେଖି ପାକିସ୍ତାନ ଚିନ୍ତାରେ ପଡ଼ିଛି।

ଗତ ରବିବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡକାଇଥିଲେ। ଏହି ବୈଠକରେ ସମସ୍ତ ଅଫିସର ଏବଂ ବରିଷ୍ଠ ନେତା ଭାଗ ଉପସ୍ଥିତ ଥିଲେ। ସେହିଭଳି କାଶ୍ମୀରର ସମ୍ପର୍କରେ ଭାରତର ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଜାତିସଂଘ ଏବଂ ଆଇସିଜେର ଦ୍ବାରସ୍ଥ ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ।

   Related Posts