ପୁଣି ଘୁଞ୍ଚିଲା ARTICLE 35-A  ଶୁଣାଣି ; କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Published By : Prameya-News7 Bureau | August 31, 2018 IST

ପୁଣି ଘୁଞ୍ଚିଲା ARTICLE 35-A  ଶୁଣାଣି । ଆଜି ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ  ଶୁଣାଣି ତାରିଖକୁ ବଦଳାଇଛନ୍ତି ସର୍ବୋଚ୍ଚ କୋର୍ଟ । ଫଳରେ ପରବର୍ତ୍ତି ଶୁଣାଣି ଆସନ୍ତା ବର୍ଷ ଜାନୁୟାରୀ ୧୯ ତାରିଖରେ ହେବ । ସେପଟେ ARTICLE 35-A  ଉଛେଦକୁ ବିରୋଧ କରି ଦୁଇ ଦିନ ହେଲା କାଶ୍ମୀରରେ ବନ୍ଦ ପାଳନ କରୁଛନ୍ତି ବିଚ୍ଛିନ୍ନତାବାଦୀ । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବାର ଥିଲା । ପୂର୍ବରୁ ଅଗଷ୍ଟ ୬ ଓ ୨୭ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଶୁଣାଣି ହୋଇ ପାରିନଥିଲା । l ତେବେ  ଧାରା ୩୫ଏ ଉଚ୍ଛେଦକୁ ସୟେଦ୍  ଅଲି ଶାହା ଗୀଲାନି, ମିର୍ ୱେଜ୍  ଉମର ଫାରୁକ୍  ଏବଂ ୟାସିନ୍  ମଲିକ୍  ପ୍ରମୁଖ ବିରୋଧ କରୁଛନ୍ତି  । ଶୁଣାଣି ପାଇଁ ବନ୍ଦପାଳନ ଓ ଶୁଣାଣି ପାଇଁ ଗତକାଲି ଠାରୁ ଘାଟୀରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା । ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀଙ୍କ ନିୟୋଜିତ କରାଯାଇଛି । ଆତଙ୍କୀ କାର୍ଯ୍ୟକଳାପ ସହ ଢ଼େଲାମାଡ଼ ଆଶଙ୍କାରେ ମଧ୍ୟ ସୁରକ୍ଷା କର୍ମୀଙ୍କୁ ସଜାଗ ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.