ଶାହାଙ୍କ ରାଲିରେ ହିଂସାପରେ ପଶ୍ଚମବଙ୍ଗ ପାଇଁ ନିର୍ବାଚନ କମିଶନଙ୍କ କଡା ଆଭିମୁଖ୍ୟ; ୨୪ ଘଣ୍ଟାପୂର୍ବରୁ ପ୍ରଚାର ଉପରେ ଅଂକୁଶ, ପ୍ରଥମ ଥର ଲାଗି ସମ୍ବିଧାନର ଧାରା ୩୨୪ ଲାଗୁ, ହଟିଲେ ଗୃହବିଭାଗ ପ୍ରମୁଖ ସଚିବ ଓ ଅତିରିକ୍ତ ସିଆଇଡି ମହାନିର୍ଦ୍ଦେଶକ

Published By : Prameya-News7 Bureau | May 16, 2019 IST

କୋଲକାତା ୧୬|୫: ମେ ୧୯ରେ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ଟି ଆସନରେ ମଧ୍ୟ ନିର୍ବାଚନ ହେବ ।ହେଲେ ନିର୍ଦ୍ଧାରିତ ସମୟର ୨୪ ଘଣ୍ଟା ଆଗରୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାରକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । କୋଲକାତାରେ ଅମିତ୍‌ ଶାହାଙ୍କ ରୋଡ୍‌ ଶୋ ବେଳେ ହିଂସା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଛି । 

{"id":112568}

କିନ୍ତୁ ଦିନ ତମାମ  ଆଜି ପଶ୍ଚିମବଙ୍ଗକୁ ନେଇ ଚାଲିଛି ଘମାସାନ। ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଟିଏମ୍‌ସି ସହ କଂଗ୍ରେସ ବିଏସ୍‌ପି ଭଳି ଦଳ । ସେପଟେ ଦିଦିଙ୍କ କାର୍ଯ୍ୟକୁ ବିଭିନ୍ନ ରାଲିରେ ସମାଲୋଚନା କରିଛନ୍ତି ମୋଦି।

{"id":112564}

ପଶ୍ଚିମବଙ୍ଗ ପାଇଁ ସରିଲା ନିର୍ବାଚନ ପ୍ରଚାର । ଦେଶରେ ଶେଷ ପର୍ଯ୍ୟାୟ ମତଦାନ ୧୯ ରେ ହେବାକୁ ଥିବା ବେଳେ ସେହିଦିନ ପଶ୍ଚିମବଙ୍ଗର ୯ ଆସନରେ ନିର୍ବାଚନ ହେବ । ଏଠାରେ ଶୁକ୍ରବାର ପ୍ରଚାର ସରିଥାନ୍ତା । କିନ୍ତୁ  ୨୪ ଘଣ୍ଟା ପୂର୍ବରୁ ଆଜି ପ୍ରଚାର ଶେଷ ହୋଇଛି। ସୋସିଆଲ୍‌ ମିଡିଆରେ ବି ପ୍ରଚାର ଉପରେ ବି ରୋକ ଲାଗିଛି ।

{"id":112571}

ଏଥିସହ କମିସନ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ସିଆଇଡିର ଅତିରିକ୍ତ ମହାନିର୍ଦେଶକଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି । କମିସନ କହିଛନ୍ତି ହିଂସା ଯୋଗୁଁ  ପ୍ରଥମ ଥର ଲାଗି ସମ୍ବିଧାନର ଧାରା ୩୨୪ ଲାଗୁ କରିବାକୁ ବାଧ୍ୟ ହୋଇଛୁ ।

{"id":112565}

ସେପଟେ ଏହାକୁ ନେଇ ଜୋର ଧରିଛି ରାଜନୀତି । ଟିଏମ୍‌ସି ସମେତ ବିରୋଧୀ କଂଗ୍ରେସ, ଏସ୍‌ପି, ବିଏସ୍‌ପି, ଟିଡିପି ଭଳି ପ୍ରମୁଖ ବିରୋଧୀ ଦଳ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି । ମମତା କହିଛନ୍ତି ମୋଦିଙ୍କୁ ଉପହାର ଦେଇଛନ୍ତି କମିଶନ । ଯଦି ହିଂସାକୁ ନେଇ କମିସନ ଏତେ ଚିନ୍ତିତ ତାହାହେଲେ ଆଜିଠାରୁ କାହିଁକି ପ୍ରଚାରକୁ ବନ୍ଦ କଲେ ନାହିଁ ।

{"id":112569}

ମୋଦିଙ୍କର ଦୁଇଟି ରାଲି ଥିବାରୁ କମିସନ ତାଙ୍କୁ ସୁଯୋଗ ଦେଇଛନ୍ତି । ମୋଦି ଓ ଶାହାଙ୍କ ଇଙ୍ଗିତରେ କମିସନ କାମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ବିଭିନ୍ନ ଦଳର ନେତା । ମମତାଙ୍କ ଉପରେ ନିର୍ବାଚନ ପ୍ରଚାର ସମୟରେ ଜୋରଦାର ବର୍ଷିଛନ୍ତି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ମୋଦି।

{"id":112566}

ହିଂସାବେଳେ ଇଶ୍ବର ଚନ୍ଦ୍ର ବିଦ୍ୟା ସାଗରଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଥିବାରୁ ବିଦ୍ୟାସାଗରଙ୍କ ଏକ ବଡ ପଞ୍ଚଧାତୁରେ ମୂର୍ତ୍ତି ପ୍ରତିଷ୍ଠା ପାଇଁ ମୋଦି କହିଛନ୍ତି। ଏହାକୁ କିନ୍ତୁ ପ୍ରତ୍ୟାଖ୍ୟାନ କରିଛନ୍ତି ମମତା । ମୂର୍ତ୍ତି ତିଆରି ପାଇଁ ପଶ୍ଚିମବଙ୍ଗରେ ଯଥେଷ୍ଟ ଅର୍ଥ ଅଛି ବୋଲି ମମତା  କହିଛନ୍ତି । ରାଜ୍ୟରେ ବଢୁଥିବା ହିଂସାକୁ ନେଇ ଟିଏମ୍‌ସି ଓ ବିଜେପି ପରସ୍ପର ଉପରେ ଦୋଷ ଲଦିଛନ୍ତି । ପ୍ରତିମୂର୍ତ୍ତି ଭାଙ୍ଗିଥିବା ଦୁର୍ବୃତ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

{"id":112567}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.