ଅକ୍ଷୟ କୁମାରଙ୍କ ଏହି ଅଭିନେତ୍ରୀ କଲେ ଲୁଚିଛପି ନିର୍ବନ୍ଧ : ଜାଣନ୍ତୁ କିଏ?
17/03/2019 at 1:02 PM

ମୁମ୍ବାଇ ୧୭/୩: ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ଏବେ ବିବାହ ଋତୁ ଚାଲିଛି। ଅନେକ ନାମୀଦାମୀ ଷ୍ଟାର ବିବାହ କରିସାରିଛନ୍ତି। ଚଳିତ ବର୍ଷ ମଧ୍ୟ ଅନେକ ଷ୍ଟାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗୁଡ଼ିଏ ଫିଲ୍ମରେ ଅଭିନୟ କରିଥିବା ଆରତୀ ଛାବ୍ରିୟା ନିଜ ବୟଫ୍ରେଣ୍ଡ ବିଶାରଦ ବିଡେସୀଙ୍କ ସହ ଲୁଚିଛପି ନିର୍ବନ୍ଧ କରିଛନ୍ତି। ମାର୍ଚ୍ଚ ୧୧ତାରିଖରେ ଦୁହେଁ ମରିସସରେ ନିର୍ବନ୍ଧ କରିଛନ୍ତି। ଆରତୀଙ୍କ ଅନେ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ମିଳିଛି ଯେ ଏହି ଯୋଡ଼ି ଆସନ୍ତା ମାସରେ ବିବାହ କରି ପାରନ୍ତି। ବିବାହ ପରେ ଆରତୀ ଏବଂ ବିଶାରଦ ମୁମ୍ବାଇରେ ସିଫ୍ଟ ହେବେ। ଆରତୀ କହିଛନ୍ତି ‘ମୋ ପରିବାର ଲୋକେ ଜାଣିଥିଲେ ମୋତେ ସବୁଠୁ ଭଲ ଜୀବନସାଥୀ ମିଳିବେ’।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ ମୁଁ ଯେତେବେଳେ ବିଶାରଦଙ୍କୁ ଭେଟିଥିଲି ମୁଁ ଜାଣିପାରିଥିଲି ଯେ ତାଙ୍କ ପାଖରେ ସେ ସବୁଗୁଣ ରହିଛି ଯାହା ମୁଁ ଆଗରୁ ସ୍ବପ୍ନ ଦେଖିଥିଲି। ମୁଁ ଅତ୍ୟନ୍ତ ଖୁସି କାରଣ ଦୀର୍ଘ ଦିନ ପରେ ମୋର ଆରେଞ୍ଜ ମ୍ୟାରେଜ ହେଉଛି। ବିବାହ ପରେ ଆମେ ମୁମ୍ବାଇରେ ରହିବୁ।’

କ୍ୟାରିୟର ବିଷୟରେ କହିବା ଯଦି ଆରତୀ ‘ଆଓ୍ବାରା ପାଗଲ ଦିଓ୍ବାନା’,‘ତୁମ ସେ ଅଚ୍ଛା ଔର କୈାନ ହେ’,‘ରାଜା ଭୈୟା’,‘ଶାଦି ନଂ ୧’,‘ଶୁଟ ଆଉଟ ଆଟ୍ ଲୋଖଣ୍ଡଓ୍ବାଲା’,‘ମିଲେଙ୍ଗେ ମିଲେଙ୍ଗେ’,‘କିସ କିସ ସେ ପ୍ୟାର କରୁଁ’ଭଳି ଫିଲ୍ମରେ କାମ କରି ସାରିଛନ୍ତି। ଏସବୁ ବ୍ୟତୀତ ସେ ଟିଭି ରିୟଲିଟି ଶୋ ‘ଖତରୋଁ କେ ଖିଲାଡ଼ି’ରେ ମଧ୍ୟ ଦେଖା ଦେଇଥିଲେ।