କରୋନାକୁ ମାତ୍ ଦେବ ଆର୍ଥ୍ରାଇଟିସ୍ ଡ୍ରଗସ୍, ପ୍ୟାରିସ୍ ଗବେଷକଙ୍କ ଅଧ୍ୟୟନରୁ ମିଳିଲା ତଥ୍ୟ

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ, ୨୮|୦୪:   ଆର୍ଥ୍ରାଇଟିସ୍ ଡ୍ରଗସ୍ କରୋନା ଭାଇରସର ପ୍ରଭାବକୁ ରୋକିବାରେ ସଫଳ ହେଉଛି ବୋଲି ପ୍ରାନ୍ସର ଏକ କ୍ଲିନିକାଲ୍ ଷ୍ଟଡି କହିଛି । ଏହି ଚିକିତ୍ସା ଶରୀରରେ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବା ସହ କରୋନା ଭାଇରସର ମୁକାବିଲା ମଧ୍ୟ କରିଥାଏ । ଏହା ମୃତ୍ୟୁ ହାର ମଧ୍ୟ ହ୍ରାସ କରିବାରେ ସଫଳ ହୋଇଥିବା ଦାବି କରାଯାଉଛି ।

ପ୍ୟାରିସ୍ ୟୁନିଭର୍ସିଟି ହସ୍ପିଟାଲ ଟ୍ରଷ୍ଟ୍ ଦ୍ୱାରା କରାଯାଇଥିବା ଏହି ଷ୍ଟଡିରେ ୧୨୯ ଜଣ ନିମୋନିଆ ସଂକ୍ରମିତଙ୍କ ଉପରେ ରିସର୍ଚ୍ଚ କରାଯାଇଥିଲା ।  ୫ରୁ ୧୦ ପ୍ରତିଶତ କରୋନା ସଂକ୍ରମିତ ନିମୋନିଆର ଶିକାର ହୋଇଥାନ୍ତି । ଏମାନଙ୍କ ମଧ୍ୟରୁ ଅର୍ଧାଧିକ ଟୋକିଲିଜୁମାବ ଇଞ୍ଜେକ୍ସନ ନେଇଥିଲେ । ତେବେ ଏହାର ରେଜଲ୍ଟ ଏବେ ସୁଦ୍ଧା ମିଳିନାହିଁ । ତେବେ ଏହି ଷ୍ଟଡିରେ ସାମିଲ ଥିବା କିଛି ଗବେଷକ ସଫଳ ରେଜଲ୍ଟ ମିଳିଥିବା କହିଛନ୍ତି ।

ସେମାନେ ଏହି ଡ୍ରଗ୍ସର ପାର୍ଶ୍ୱ ପ୍ରତିକ୍ରିୟା ବାବଦରେ ଅଧିକ ଗବେଷଣା କରୁଛନ୍ତି । ଟୋକିଲିଜୁମାବ୍ ଆକ୍ଟିମ୍ରା ଓ ରୋଏସେମ୍ରା ବ୍ରାଣ୍ଡରେ ବିକ୍ରି କରାଯାଉଛି । ଏହା ଲ୍ୟାବରେ ତିଆରି ହୋଇଥିବା ଏକ ସିନ୍ଥେସାଇଜଡ୍ ଆଣ୍ଟିବଡି । ଯାହା ଶରୀରରେ ରୋଗପ୍ରତିରୋଧକ ଶକ୍ତିରେ ଥିବା ଏକ ପ୍ରୋଟିନ୍ ବିରୋଧରେ ଲଢିଥାଏ । ଏହି ଟୋକିଲିଜୁମାବର ଦାମ ଇଞ୍ଜେକ୍ସନ ପିଛା ୮୦୦ ୟୁରୋ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.