ଆର୍ଟ ଡାଇରେକ୍ଟର ରାଜୁ ସାପ୍ତେଙ୍କ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ ରେକର୍ଡ କରିଥିଲେ ଭିଡିଓ

Published By : Prameya-News7 Bureau | July 03, 2021 IST

ନୂଆଦିଲ୍ଲୀ ୦୩/ ୦୭ : ଆର୍ଟ ଡାଇରେକ୍ଟର ରାଜୁ ସାପ୍ତେଙ୍କ ଆତ୍ମହତ୍ୟା । ରାଜଧାନୀ ଏକ୍ସପ୍ରେସ୍, ମାନ୍ୟା ଦି ଓ୍ବାଣ୍ଡର ବୟ ଭଳି ଚଳଚିତ୍ରରେ କଳା ନିର୍ଦେଶକ ଭାବେ କାର୍ଯ୍ୟ କରିଥିବା ରାଜୁ ସାପ୍ତେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ ମଧ୍ୟ ଜାରି କରିଥିଲେ । ଉକ୍ତ ଭିଡିଓରେ ସେ ଆତ୍ମହତ୍ୟା କରିବା ପଛର କାରଣ କହିଛନ୍ତି । ଭିଡିଓରେ ସେ ଶ୍ରମିକ ସଂଘ ସହିତ ଜଡିତ ରାକେଶ ମୌର୍ଜ୍ୟଙ୍କ ନାଁ ନେଉଥିଲେ ଏବଂ ତାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣୁଥି​‌​‌ଲେ ।

ଆତ୍ମହତ୍ୟା ପୂର୍ବରୁ ଜାରି କରିଥିବା ଭିଡିଓରେ ରାଜୁ କହିଛନ୍ତି, ‘ ନମଷ୍କାର, ମୁଁ ରାଜୁ ସାପ୍ତେ । ମୁଁ ଜଣେ କଳା ନିର୍ଦେଶକ । ମୁଁ ବର୍ତ୍ତମାନ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରିନାହିଁ । ମୁଁ ଭାବିଚିନ୍ତି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛି । ଏଭଳି କଠୋର ନିଷ୍ପତ୍ତି ନେବା ପଛରେ ରାକେଶ ମୌର୍ଯ୍ୟ ସାମିଲ ଅଛି ଯିଏକି ଶ୍ରମିକ ସଂଘ ସହ ଜଡିତ । ସେ ବିଭିନ୍ନ ସମୟରେ ମୋତେ ହଇରାଣ ହରକତ କରୁଛି । ମୁଁ କାହାଠାରୁ କିଛି ଋଣ ନେଇନାହିଁ । ସମସ୍ତଙ୍କ ପେମେଣ୍ଟ ନିର୍ଦ୍ଧାରିତ ତାରିଖରେ ଦେଇଛି । ରାକେଶ ମୌର୍ଯ୍ୟ, ତାର ସଂଘର କିଛି ଶ୍ରମିକଙ୍କ ଜରିଆରେ ଫୋନକରି  ମୋତେ ହରିରାଣ କରୁଛନ୍ତି ।’

wp:embed {"url":"https://youtu.be/qvWnLHihdE8","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/qvWnLHihdE8
amarujala
/wp:embed

ଭିଡିଓରେ ସେ ଆହୁରି କହିଛନ୍ତି ଯେ, ‘ ସମସ୍ତଙ୍କ ପେମେଣ୍ଟ ଠିକ୍‌ ସମୟରେ ଦିଆଯାଇଛି ଏବଂ ନରେଶ ମେସୀ ନାମକ ଜଣେ ବ୍ୟକ୍ତି ଫୋନ ଯୋଗେ ପଚରାଯାଇଥିଲା ଏବଂ ସେ ତାଙ୍କର ସମସ୍ତ ଟଙ୍କା ପାଇଯାଇଥିବା କହିଥିଲେ । ଏହାପରେ ମଧ୍ୟ ରାକେଶ ମୌର୍ଯ୍ୟ ହଇରାଣ ହରକତ କରୁଛି । ସେ ମୋର କୌଣସି ବି କାର୍ଯ୍ୟକୁ ଆରମ୍ଭ କରିବାକୁ ଦେଉନାହିଁ । ବର୍ତ୍ତମାନ ମୋ ନିକଟରେ ୫ଟି ପ୍ରୋଜେକ୍ଟ ରହିଛି । ସେ କାମ କରିବାକୁ ଦେଉନାହିଁ । ଏହି ସବୁ ସମସ୍ୟା ମଧ୍ୟରେ ମୁଁ ଆଜି ଆତ୍ମହତ୍ୟା କରିବାକୁ ଯାଉଛି । ମୋତେ ନ୍ୟାୟ ଦେବାକୁ ଚେଷ୍ଟା କରନ୍ତୁ ।’

ପୋଲିସ ରାଜୁ ସାପ୍ତେଙ୍କ ଶବ ଜବତ କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.