ଏଆରଏସଏସ କଂପାନୀର ପ୍ଲାଣ୍ଟ୍ ଅପରେଟରଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | September 19, 2019 IST

ବୌଦ୍ଧ ୧୯।୯: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ବାଇଶିପଡା ଏଆରଏସଏସ କଂପାନୀର ପ୍ଲାଣ୍ଟ ଅପରେଟରଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ଜଣକ ଯାଜପୁର ଜିଲ୍ଲା ଯାଜପୁର ରୋଡ଼ର ଧରମା ଧଳ ବୋଲି ଜଣାପଡିଛି।

{"id":159641}

ସୂଚନାଯୋଗ୍ୟ ଯେ, ଗତକାଲି ଏଆରଏସଏସ କମ୍ପାନୀ ପରିସରରେ ବିଶ୍ବକର୍ମା ପୂଜା ଭଷାଣୀ ହେଉଥିବା ସମୟରେ ଧରମା ଅତ୍ୟଧିକ ମଦ୍ୟପାନ କରି ଆଉ କମ୍ପାନୀ ପରିସରଙ୍କୁ ଫେରି ନଥିଲେ । ତେବେ କମ୍ପାନୀଠାରୁ କିଛି ଦୂରରେ ରାସ୍ତା କଡରେ ତାଙ୍କୁ ପଡିଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ଲୋକେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଥିବା ବେଳେ । ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.