Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ଏଆରଏସଏସ କମ୍ପାନୀରେ ଥିବା ଯୁବ ଇଂଜିନିୟରଙ୍କ ମୃତ୍ୟୁର କାରଣକୁ ନେଇ ଦ୍ବନ୍ଦ : ଦୁର୍ଘଟଣା ନା ହତ୍ୟା

15/09/2018 at 3:55 PM

ପାରାଦୀପ ୧୫/୯ : ପାରାଦୀପ ହରିଦାସପୁରରେ ଜଣେ ଯୁବ ଇଂଜିନିୟରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି | ମୃତ ଇଂଜିନିୟର ହେଉଛନ୍ତି ପ୍ରକାଶ ବେହେରା | ପାରାଦୀପରେ ଯୁବକଙ୍କୁ ହତ୍ୟା କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦୁର୍ବୁର୍ତ୍ତ ମାନେ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି | ଏଆରଏସଏସ କମ୍ପାନୀ ଅଧୀନରେ ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାମ କରୁଥିଲେ ପ୍ରକାଶ | ପାରାଦୀପ ହରିଦାସପୁର ରେଲୱେ ଟ୍ରାକ କାମ ଚାଲିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି |
ଅପରପକ୍ଷରେ ଏଆରଏସଏସ କମ୍ପାନୀର ଏରିଆ ମ୍ୟାନେଜର କହିଛନ୍ତି ଯେ, ଦୁର୍ଘଟଣାରେ୍ ପ୍ରକାଶଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ପ୍ରକାଶ ଟ୍ରାକରେ କାମ ଦେଖୁଥିବା ବେଳେ ଦୁର୍ଘଟଣା ଘଟିଥିଲା | ସେମାନେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ହସ୍ପିଟାଲକୁ ନେଇଥିଲେ | ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା ତେବେ ଅଧିକ ଚିକିତ୍ସା ପାଇଁ ପ୍ରକାଶଙ୍କୁ କଟକ ନିଆଇଥିଲା | ତାପରେ କଣ ହେଲା ଏରିଆ ମେନେଜର କିଛି କହିପାରିନାହାଁନ୍ତି ।
କିନ୍ତୁ ପରିବାର ଲୋକେ ସକାଳେ ଜାଣିଲେ ଯେ ପ୍ରକାଶଙ୍କ ମୃତଦେହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଅଛି | ବର୍ତ୍ତମାନ ଏଆରଏସଏସ କମ୍ପାନୀର ଜଣେ ମ୍ୟାନେଜର ଆସି ହସ୍ପିଟାଲରେ ପହଂଚିବା ପରେ ତାଙ୍କୁ ପରିବାର ଲୋକେ ଅଟକ ରଖିଛନ୍ତି | ଯେହେତୁ ସେ ହିଁ ଜାଣିଛନ୍ତି ପ୍ରକାଶଙ୍କ ମୃତ୍ୟୁ କେମିତି ହେଇଥିଲା |
କିଏ କହୁଛି ପ୍ରକାଶ ହାଇୱାରେ ପିଟି ହୋଇଥିଲେ | ଆଉ କିଏ କହୁଛି ଜେସିବି ମାଡ ହୋଇଯାଇଥିଲା | ଏପଟେ ଆଉ ଜଣେ କହୁଛନ୍ତି ବୋଲେରୋରେ ବସିଥିବା ବେଳେ ଜେସିବି ବାଡେଇଦେଲା | ତେବେ ପ୍ରକୃତ ଘଟଣା କଣ ତାହା ସଠିକ ଭାବରେ ଜଣ ପଡ଼ିନାହିଁ | ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଏହା ସମ୍ପୂର୍ଣ ଭାବେ ହତ୍ୟାକାଣ୍ଡ ।

   Related Posts