ସଲମାନଙ୍କ ଉପରେ ରାଗକୁ ଅର୍ଶୀ ଖାନଙ୍କ ଉପରେ ସୁଝାଇଲେ ସୁଶାନ୍ତ ରାଜପୁତଙ୍କ ଫ୍ୟାନ୍ : ଅଶ୍ଳୀଳ ମେସେଜ ଓ ଧମକ ଅଭିଯୋଗ ଆଣିଲେ ବିଗ୍ ବସ୍ ଷ୍ଟାର୍

Published By : Prameya-News7 Bureau | June 22, 2020 IST

ମୁମ୍ବାଇ ୨୨/୬: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ସୋସିଆଲ୍ ମିଡିଆରେ ଲଗାତାର ଟ୍ରୋଲ୍ସ ବଢ଼ି ଚାଲିଛି। ତାଙ୍କ ପ୍ରଶଂସକ କିଛି ଖାସ୍ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି। ଯେଉଁଥିରେ ସଲମାନ୍ ଖାନ୍,କରଣ ଜୋହର ଏବଂ କେତେକ ଷ୍ଟାରକିଡସ୍ ସାମିଲ ଅଛନ୍ତି। ନିକଟରେ ସୋନମ୍ କପୁର ସୋସିଆଲ୍ ମିଡିଆରେ ଲଗାତାର ହେଉଥିବା ଏହି ବୁଲିଂର କିଛି ସ୍କ୍ରିନ୍ ଶଟ୍ସ ସୋସିଆଲ୍ ମିଡିଆରେ ସେୟାର କରିଥିଲେ। ଏବେ ଏହି କ୍ରମରେ ବିଗ୍ ବସ୍ ଫେମ୍ ଅର୍ଶୀ ଖାନଙ୍କ ନାଁ ମଧ୍ୟ ସାମିଲ ହୋଇଯାଇଛି।

{"id":290001,"sizeSlug":"large"}

ନିକଟରେ ଅର୍ଶୀ ଖାନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ ସୋସିଆଲ୍ ମିଡିଆରେ ଲଗାତାର ହେଟ୍ ମ୍ୟାସେଜ ଆସୁଛି। ସେ କହିଛନ୍ତି ଯେ ଅଧିକାଂଶ ମ୍ୟାସେଜରେ ତାଙ୍କୁ ସଲମାନ ଖାନଙ୍କଠୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଉଛି। ଏହା ସହିତ ତାଙ୍କୁ ଲଗାତାର ସ୍ଲଟ୍ ଶୋ ର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ୁଛି। କେବଳ ସୋସିଆଲ୍ ମିଡିଆରେ ନୁହେଁ ବରଂ କେତେକ ନମ୍ବରରୁ ତାଙ୍କ ପାଖକୁ ଫୋନ୍ କଲ୍‌ ଆସୁଛି ଯେଉଁଥିରେ ତାଙ୍କ ସହ ଖରାପ ବ୍ୟବହାର କରାଯାଉଛି।

{"id":290003,"sizeSlug":"large"}

ଅର୍ଶୀ ଖାନ୍ ଏହି ମାମଲାକୁ ନେଇ କହିଛନ୍ତି,‘ ସମସ୍ତେ ଜାଣନ୍ତି ଯେ ସେ ସଲମାନ ଖାନଙ୍କ କେତେ ବଡ଼ ଫ୍ୟାନ୍। ସେ ଏସବୁକୁ ନେଇ ସବୁବେଳେ ଖୋଲାଖୋଲି କଥା କୁହନ୍ତି। ବିଗ୍ ବସ୍ ସମୟରୁ ସେ ଏହାକୁ ନେଇ ଭୋକାଲ୍ ରହିଛନ୍ତି। ଏବେ ସୁଶାନ୍ତଙ୍କ ମୃତ୍ୟୁ ପରେ ଲୋକେ ତାଙ୍କୁ ମ୍ୟାସେଜ ଏବଂ ଫୋନ୍ କରୁଛନ୍ତି। ସେ ଜାଣି ନାହାନ୍ତି ଯେ ​ସେମାନଙ୍କୁ ତାଙ୍କ ପର୍ସନାଲ୍ ନମ୍ବର କେଉଁଠୁ ମିଳିଲା?’

{"id":290004,"width":583,"height":523,"sizeSlug":"large"}

ସେ ଆଗକୁ କହିଛନ୍ତି ଯେ,‘କେବଳ ଏତିକି ନୁହେଁ ,ସୋସିଆଲ୍ ମିଡିଆରେ ଲୋକେ ସଲମାନ୍ ଖାନଙ୍କୁ  ଅନଫଲୋ କରିବାକୁ ତାଙ୍କୁ ମ୍ୟାସେଜ କରିଛନ୍ତି। ସେମାନେ ସଲମାନ ଖାନଙ୍କ ସହ ତାଙ୍କ ସମ୍ପର୍କକୁ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି। ସେ ଜାଣି ନାହାନ୍ତି ଯେ ସେ ଏହି କାହାଣୀରେ କିପରି ସାମିଲ ହେଲେ କିନ୍ତୁ ସେ ଏହା ସବୁ ଚୁପଚାପ୍ ସହିବେ ନାହିଁ ବରଂ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ।’

{"id":290006,"sizeSlug":"large"}

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ସାମନାକୁ ଆସିବା ପରେ ଅର୍ଶୀ ଖାନ୍ ଶ୍ରଦ୍ଧାଞ୍ଜଳି ଦେଇ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଥିଲେ ଯେ ‘ସଫଳତା ସବୁ କିଛି ହୋଇନଥାଏ ବରଂ ମାନସିକ ଶାନ୍ତି ଜୀବନରେ ବହୁତ ଜରୁରୀ।’\

{"id":290007,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.