Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଉତ୍ତର ପ୍ରଦେଶରୁ ଗିରଫ ହୋଇଥିବା ୨ ସନ୍ଦିଗ୍ଧ ଆତଙ୍କୀ ପୁଲୱାମା ହମଲାର ମାଷ୍ଟର ମାଇଣ୍ଡ ଗାଜି ରସିଦ ସହ ସମ୍ପର୍କରେ ଥିବା କଲେ ସ୍ୱୀକାର

25/02/2019 at 6:24 PM

ସାହାରନପୁର ୨୫/୨ : ଉତ୍ତର ପ୍ରଦେଶର ସାହାରନପୁର ଅନ୍ତର୍ଗତ ଦେବବନ୍ଦରୁ ଶୁକ୍ରବାର ଦିନ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା | ଗିରଫ ହୋଇଥିବା ଏହି ୨ ସନ୍ଦିଗ୍ଧ ପୁଲୱାମା ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ଗାଜି ରସିଦ ସମ୍ପର୍କରେ ଥିଲେ | ପୋଲିସ ପଚରାଉଚୁରା ବେଳେ ଆତଙ୍କୀ ସହାନବାଜ ଏବଂ ଆକିବ ଏହା ସ୍ୱୀକାର କରିଛନ୍ତି |

ଏକ ବଡ ଧରଣର ହମଲା ପାଇଁ ଏମାନେ ଯୋଜନା ପ୍ରସ୍ତୁତି କରିଥିଲେ ବୋଲି ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି | ଗତକାଲି ଡିଜିପି ଓ.ପି.ସିଂ ଉଭୟ ଆତଙ୍କୀଙ୍କୁ ପାଖାପାଖି ୪ ଘଣ୍ଟା ପଚରାଉଚୁରା କରୁଥିଲେ | ଯାଞ୍ଚ ବେଳେ ଜଣାପଡିଛି ଯେ, ସନ୍ଦିଗ୍ଧ ଆତଙ୍କୀ ସନ୍ଦେଶ ଦେବା ପାଇଁ ବ୍ଲାକବେରି ମେସେଞ୍ଜର ଏବଂ କଲ କରିବା ପାଇଁ ପ୍ରାଇଭେଟ ନମ୍ବର ବ୍ୟବହାର କରୁଥିଲେ | ପ୍ରାଇଭେଟ ନମ୍ବର ସାଧାରଣତଃ ସାଇବର ଅପରାଧୀ କିମ୍ବା ହେକର କରିଥାନ୍ତି | ଏଥିରେ କୌଣସି ମୋବାଇଲ ଡିଭାଇସ ବ୍ୟବହାର ହୋଇନଥାଏ | କୌଣସି ସିମ ମଧ୍ୟ ଦରକାର ପଡ଼ିନଥାଏ | ମୋବାଇଲ ଏବଂ ସିମ ବ୍ୟବହାର ହେଉନଥିବା ଯୋଗୁଁ ପୋଲିସ କିମ୍ବା ଯାଞ୍ଚ ଏଜେନ୍ସି ପାଇଁ ଜାଣିବା କଷ୍ଟକର ହୋଇଥାଏ | ଏହି ନମ୍ବରଗୁଡିକୁ ସର୍ଭିଲାନ୍ସରେ ମଧ୍ୟ ଲଗାଯାଇ ପାରିନଥାଏ | 

ସୂଚନାଯୋଗ୍ୟ ଯେ, ପୁଲୱାମା ହମଲା ବେଳେ ଉଭୟ ଆତଙ୍କୀ ଗାଜି ରସିଦ ସହ କଥାବାର୍ତ୍ତା ହେଉଥିଲେ | ଏଟିଏସ ସୂଚନା ଅନୁଯାୟୀ, ପଚରାଉଚୁରା ବେଳେ ଏହି ଆତଙ୍କୀ କହିଛନ୍ତି ଯେ, କାଶ୍ମୀରରେ ଲୁଚି ରହିଥିବା ତାଙ୍କ ସଂଗଠନର ମୁଖ୍ୟ ଖୁବ ଶୀଘ୍ର କୌଣସି ଏକ ବଡ ହମଲା ପାଇଁ ଚାପ ସୃଷ୍ଟି କରୁଥିଲେ | ଏହି ୨ ଆତଙ୍କୀ ଅନ୍ୟ ସଂଗଠନର ଅନ୍ୟ ଆତଙ୍କବାଦୀଙ୍କ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି | ଉଭୟଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରାଯାଇଛି | ସହାନବାଜ ଏବଂ ଆକିବ ମେସେଞ୍ଜର ଚାଟିଙ୍ଗରେ ଅସ୍ତ୍ରଶସ୍ତ୍ରର ମୁଭମେଣ୍ଟ ନେଇ ମଧ୍ୟ କଥାବାର୍ତ୍ତା ହୋଇଥିବା ଜଣାପଡିଛି | ଏ ସମ୍ପର୍କରେ କୌଣସି ସୂଚନା ଦେବା ପାଇଁ ପୋଲିସ ଅଧିକାରୀ ସଫାସଫା ମନା କରିଦେଇଛନ୍ତି |

ସହାନବାଜର ଘର କାଶ୍ମୀର କୁଲଗାମରେ ଏବଂ ଆକିବର ଘର ପୁଲୱାମାରେ | ଏମାନଙ୍କ ମୂଳ ଲକ୍ଷ୍ୟ ଥିଲା ଉତ୍ତର ପ୍ରଦେଶର ଅନେକ ଅଂଚଳରେ କାଶ୍ମିରୀ ଯୁବକମାନଙ୍କୁ ନିୟୋଜିତ କରିବା | ଏହାସହ ଉତ୍ତର ପ୍ରଦେଶର ଯୁବକମାନଙ୍କୁ ଜୈସ-ଏ-ମହମ୍ମଦ ସଂଗଠନ ସହ ଯୋଡିବା ଏମାନଙ୍କ ଲକ୍ଷ୍ୟ |

   Related Posts