Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗିରଫ ପାକିସ୍ତାନୀ ଆତଙ୍କବାଦୀ ଜାଲ ଡକ୍ୟୁମେଣ୍ଟ ଜରିଆରେ ହାସଲ କରିଥିଲା ଭାରତୀୟ ନାଗରିକତ୍ବ: ପାକ ପରାମର୍ଶଦାତାଙ୍କ ସହ ଥିଲା ସମ୍ପର୍କ

12/10/2021 at 4:21 PM

ନୂଆଦିଲ୍ଲୀ ୧୨/୧୦ : ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀ ନଗରରେ ମଙ୍ଗଳବାର ଦିନ ଏକ ପାକିସ୍ତାନୀ ଆତଙ୍କକୁ ଗିରଫ କରାଯାଇଛି। ଆତଙ୍କୀ ଗିରଫ ହେବାପରେ ଏକ ନୂଆ ଖୁଲାସା ହୋଇଛି। ସୂତ୍ର ଅନୁଯାୟୀ, ଏହି ଆତଙ୍କବାଦୀ ଗତ ୧୫ ବର୍ଷ ହେଲା ଦିଲ୍ଲୀରେ ରହୁଥିଲା ଓ ଲଗାତାର ନିଜ ପାକିସ୍ତାନୀ ପରାମର୍ଶଦାତାଙ୍କ ସହ ଯୋଗାଯୋଗରେ ଥିଲା। ଆତଙ୍କୀ ଅଶରଫ ପାକିସ୍ତାନ ଅରାମର୍ଶଦାତାଙ୍କୁ ଦିଲ୍ଲୀରୁ ସୂଚନା ଦେଉଥିଲା। ଏହି ପାକିସ୍ତାନୀ ଆତଙ୍କବାଦୀ ବିଷୟରେ ୫ଟି କଥା ସାମ୍ନାକୁ ଆସିଛି।

୧. ସୂଚନାନୁସାରେ, ପାକିସ୍ତାନୀ ଆତଙ୍କବାଦୀ ଅଶରଫ ଦିଲ୍ଲୀରେ ବିବାହ କରିଥିଲେ। କିନ୍ତୁ ତା ପତ୍ରୀ ତା ସହିତ ରହୁନଥିଲା। ପଚରାଉଚରା ବେଳେ ସେ ଅନେକ ତଥ୍ୟ ଲୁଚାଉଛି। ଆଜି ପୋଲିସ ଅଶରଫକୁ କୋର୍ଟରେ ହାଜର କରିବ।

୨. ଦିଲ୍ଲୀ ପୋଲିସ କହିବାନୁସାରେ, ଆତଙ୍କବାଦୀ ଏକ ବଡ଼ ଘଟଣା ଘଟାଇବାକୁ ଚେଷ୍ଟା କରୁଥିଲା। ତା ପାଖରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଏହି ପାକିସ୍ତାନୀ ଆତଙ୍କବାଦୀଙ୍କ ନିକଟରୁ ଏକ AK-47 ରାଇଫଲ, ଅତିରିକ୍ତ ମାଗାଜିନ, ୬୦ ରାଉଣ୍ଡ, ହ୍ୟାଣ୍ଡ ଗ୍ରେନେଡ, ୫୦ ରାଉଣ୍ଡ ଏବଂ ୨ ଟି ଅତ୍ୟାଧୁନିକ ପିସ୍ତଲ ଜବତ କରାଯାଇଛି। କୁହାଯାଉଛି ଯେ ଆତଙ୍କବାଦୀଙ୍କୁ ରାତି ୯.୩୦ ରେ ଗିରଫ କରାଯାଇଥିଲା।

୩. ଡେପୁଟି କମିଶନର ଅଫ୍ ପୋଲିସ୍ (ସ୍ପେଶାଲ୍ ସେଲ୍) ପ୍ରମୋଦ ସିଂହ କୁଶୱାହା କହିଛନ୍ତି ଯେ ପାକିସ୍ତାନର ପଞ୍ଜାବ ପ୍ରଦେଶର ବାସିନ୍ଦା ମହମ୍ମଦ ଅଶରଫ ଛଦ୍ମନାମ ଅଲି ଜାଲ୍ ଡକ୍ୟୁମେଣ୍ଟ ମାଧ୍ୟମରେ ଭାରତୀୟ ପରିଚୟ ପତ୍ର ହାସଲ କରିଛି। ସେ ଜଣେ ଭାରତୀୟ ନାଗରିକ ଭାବେ ରହୁଥିଲା। ତାଙ୍କ ନିକଟରୁ ଏକ AK-47 ରାଇଫଲ, ଅନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

୪. ପୋଲିସର ସୂଚନାନୁସାରେ, ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ବିସ୍ଫୋରକ ଆଇନ ଏବଂ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ଅସହଫକୁ ଗିରଫ କରାଯାଇଛି।

୫. ପୋଲିସର ପଚରାଉଚୁରାରେ ଏପର୍ଯ୍ୟନ୍ତ ଜାଣିବାକୁ ମିଳିଛି ଯେ ନୁରୀ ଛଦ୍ମନାମ ଅଶରଫ ନାମକ ଏହି ଆତଙ୍କବାଦୀଙ୍କୁ ଦିଲ୍ଲୀର ପାକିସ୍ତାନୀ ଆତଙ୍କବାଦୀ ସ୍ଲିପର ସେଲର ମୁଖ୍ୟ ମଧ୍ୟ କୁହାଯାଉଛି। ସ୍ଲିପର ସେଲର ମୁଖ୍ୟ ଅର୍ଥାତ ଯେତେବେଳେ ବି ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଦିଲ୍ଲୀର କୌଣସି ଘଟଣା ଘଟାଇବାକୁ ଚେଷ୍ଟା କରନ୍ତି ସେମାନେ ଅଶରଫଙ୍କ ସହ ଯୋଗାଯୋଗ କରନ୍ତି।

   Related Posts