ଗିରଫ ହୋଇଥିବା ଆଇଏଏସ୍‌ ବିଜୟ କେତନଙ୍କ ପତ୍ନୀ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ କଲେ ପ୍ରଶ୍ନ-ଏହାକୁ ନେଇ ଜୋର ଧରିଛି ରାଜନୀତି

Published By : Prameya-News7 Bureau | January 18, 2020 IST

ଭୁବନେଶ୍ୱର ୧୮।୦୧-  ଆଇଏଏସ୍‌ ବିଜୟ କେତନଙ୍କ ଗିରଫଦାରୀକୁ ନେଇ ଜୋର ଧରିଛି ରାଜନୀତି । କାଲି ବିଜୟ କେତନଙ୍କ ପତ୍ନୀ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ଯାହାକୁ ଖିଅ କରି ଏବେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । …

{"id":213122,"sizeSlug":"large"}

ଆଇଏଏସ ବିଜୟ କେତନଙ୍କ ଗିରଫଦାରୀକୁ ନେଇ ଥମୁନି ରାଜନୀତି । ମୋ ସ୍ବାମୀଙ୍କୁ ଫସାଇ ଦିଆଯାଇଛି ବୋଲି ବିଜୟ କେତନଙ୍କ ପତ୍ନୀ ଡାକ୍ତର ତୁଷିମା ମିଶ୍ର ଅଭିଯୋଗ କରି ସରକାରୀ ଓକିଲଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ କରିବା ପରେ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜୟ କେତନଙ୍କୁ ବେଲ୍ ମିଳିଲେ ଭୁଲ୍ ବାର୍ତ୍ତା ଯିବ ।ସେଥିପାଇଁ ଜାମିନକୁ ବିରୋଧକରି ସରକାରୀ ଓକିଲ ଯୁକ୍ତି ବାଢିଥିବାରୁ ଏହାକୁ ଗଣ୍ଠି କରିଛନ୍ତି ବିଜୟ କେତନଙ୍କ ପତ୍ନୀ । ଆଉ ସେଥିରୁ ଖିଅ ବାହାର କରି ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି ।

{"id":213123,"sizeSlug":"large"}

ସରକାର ତଳଠୁ ଉପର ଦୁର୍ନୀତିରେ ବୁଡିଥିବା ଅନେକ ବାବୁ ଓ କର୍ମଚାରୀଙ୍କୁ ଏହା ଭିତରେ ଜିରୋ ଟଲେରାନ୍ସ ନୀତିରେ ଦୁର୍ନୀତିଖୋର ଅଧିକାରୀଙ୍କୁ ନିଲମ୍ବିତ ଓ ବହିସ୍କାର କରିଚାଲିଛନ୍ତି । ତେବେ ଆଇଏଏସ୍‌ ବିଜୟ କେତନ ଗିରଫ ହେବା ପରଠୁ ରାଜନୀତି ଜୋର ଧରିଛି ।

{"id":213124,"sizeSlug":"large"}

ବିଜୟ କେତନକୁ କାହିଁକି ଟାର୍ଗେଟ କରାଗଲା ବୋଲି ପ୍ରଶ୍ନ ଉଠାଇ ଚାଲିଛନ୍ତି ବିରୋଧୀ । ସରକାରଙ୍କ ଯୁକ୍ତି ଦୁର୍ନୀତିଖୋରଙ୍କ ଉପରେ ନବୀନ କଡା ଆଭିମୂଖ୍ୟ ଗ୍ରହଣ କରୁଛନ୍ତି । ତେଣୁ ନିଜକୁ ବଞ୍ଚାଇବା ପାଇଁ ଆଇଏଏସ ଓ ତାଙ୍କ ପରିବାର ଏଭଳି ଯୁକ୍ତି କରୁଛନ୍ତି ।

{"id":213127,"sizeSlug":"large"}

ହର୍ଟିକଲଚର ନିର୍ଦେଶକ ପଦରେ ଥିବା ଆଇଏଏସ ବିଜୟ କେତନ ଜଣେ ବ୍ୟବସାୟୀଙ୍କ ଫାଇଲ କ୍ଲିୟର କରିବାକୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । କ୍ୟାସ ଆକାରରେ ନନେଇ ଚେକ୍ ଆକାରରେ ବିଜୟ କେତନ ଲାଞ୍ଚନେଉଥିବା ବେଳେ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍‌ ଧରିଛି ଭିଜିଲାନ୍ସ । ଏବେ ସେ ଜେଲ୍ ରେ ଏବଂ କୋର୍ଟରେ ଚାଲିଛି ମାମଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.