Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ନୀରବଙ୍କୁ ୱାରେଣ୍ଟ ଜାରି କଲେ ଲଣ୍ଡନ କୋର୍ଟ: ଯେକୌଣସି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ

18/03/2019 at 8:33 PM

ଦିଲ୍ଲୀ ୧୮/୩ : ଦେଶ ଚଡି ଫେରାର ହୋଇଯାଇଥିବା ଏବଂ ଲଣ୍ଡନରେ ଅଚିନ୍ତା ବୁଲୁଥିବା ଠକ ନୀରବ ମୋଦିକୁ ଗିରଫ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ | ବ୍ରିଟେନ ଅଦାଲତ ଦ୍ୱାରା ମୋଦି ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି | ଯେକୌଣସି ମୁହୂର୍ତ୍ତରେ ନିରବଙ୍କୁ ଗିରଫ କରିପାରେ ଲଣ୍ଡନ ପୋଲିସ |


ପିଏନବି ବ୍ୟାଙ୍କରୁ ୧୩ ହଜାର କୋଟି ଠକେଇ କରି ଫେରାର ହୋଇଯାଇଛନ୍ତି ନୀରବ ମୋଦି | ନିଜର ଲୁକ ବଦଳାଇ ଲଣ୍ଡନରେ ଅଚିନ୍ତା ବୁଲୁଛନ୍ତି ନୀରବ | ତାଙ୍କ ବିରୋଧରେ ରେଡି କରଣର ନୋଟିସ ଜାରି କରାଯାଇଛି | ଏହାପରେ ବ୍ରିଟେନ କୋର୍ଟ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଗିରଫ ୱାରେଣ୍ଟ ଜାରି କରିଛନ୍ତି |


ଗିରଫ ହେବା ପରେ ନୀରବ କୋର୍ଟରୁ ଜମାନତ ନେଇପାରିବେ କିନ୍ତୁ କୋର୍ଟର ସର୍ତ୍ତ ଅନୁସାରେ | ସୂଚନାଯୋଗ୍ୟ ଯେ, ଭାରତରୁ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟର ଏକ ଟିମ ଲଣ୍ଡନ ଗସ୍ତରେ ଯିବ | ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ନୀରବ ମୋଦି ମାମଲାକୁ ଲଗାତାର ଲଣ୍ଡନ ଅଥୋରିଟି ଏବଂ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନରଙ୍କ ସହିତ ସମ୍ପର୍କରେ ଅଛନ୍ତି |


ଲଣ୍ଡନ ରାସ୍ତାରେ ନୀରବ ବୁଲୁଥିବାର ଦେଖିବା ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ବୟାନ ଜାରି କରିଥିଲା | ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରାବିଶ କୁମାର କହିଥିଲେ ଯେ, ସେ ନୀରବ ମୋଦିଙ୍କୁ ପ୍ରତ୍ୟର୍ପଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ | କିନ୍ତୁ ଲଣ୍ଡନ ପୋଲିସ ନୀରବଙ୍କୁ ଗିରଫ କରିବା ପରେ ସେ ସଂଗେ ସଂଗେ ଭାରତ ଆସିପାରିବ ନାହିଁ | ସେଥିପାଇଁ କିଛି ପ୍ରକ୍ରିୟା ରହିଛି | ସେହି ପ୍ରକ୍ରିୟା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

   Related Posts