Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଉଷା ପାଢୀଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି

2/08/2019 at 12:04 PM

କଟକ ୨|୮: ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଉଷା ପାଢୀଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି । ଗିରଫ ପରଓ୍ବାନା ଜାରି କରିଛନ୍ତି ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍) । ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ସ୍ୟାଟ୍ ଙ୍କ ନିର୍ଦ୍ଦେଶ ପାଳିନଥିବା ଅଭିଯୋଗ ହୋଇଥିଲା ।  ଅଦାଲତ ଆବମାନନା ମାମଲାରେ ଶୁଣାଣି କରି ଜାନିମ ଯୋଗ୍ୟ ଗିରଫ ପରଓ୍ବାନା ଜାରି କରାଯାଇଛି ।

୨୮ ଜୁନ୍ ୨୦୧୯ରେ ସ୍ୟାଟ୍ ମାମଲାର ଶୁଣାଣି କରି ୧୮ ମେ’ ୨୦୧୨ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ୨୦୧୯ ଜୁଲାଇ ଶେଷ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଅବହେଳା କରାଗଲେ ପ୍ରତିପକ୍ଷ ପରବର୍ତ୍ତୀ ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ସ୍ୟାଟ୍‌ଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଥିଲା।

ମାତ୍ର ଆଜି ମାମଲାରେ ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୧୮ ମେ’ ୨୦୧୨ର ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ଅନ୍ୟପକ୍ଷରେ ପ୍ରତିପକ୍ଷ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ହାଇକୋର୍ଟରେ ରିଭ୍ୟୁ ପିଟିସନ୍ ଦାୟର କରାଯାଇଛି ବୋଲି ଦର୍ଶାଇ ଅଦାଲତ ଅବମାନନା ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ପ୍ରାର୍ଥନା କରିଥିଲେ। ସ୍ୟାଟ୍ ଏପରି ପ୍ରାର୍ଥନାକୁ ଅଗ୍ରାହ୍ୟ କରିବା ସହିତ ଗଣଶିକ୍ଷା ସଚିବ ଉଷା ପାଢୀଙ୍କ ବିରୋଧରେ ଗିରଫ ପରୱାନା ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts