ଗଞ୍ଜେଇ ମାଫିଆ ଗିରଫ, ଦୀର୍ଘଦିନରୁ ଚଳାଇଥିଲା ନିଶା କାର୍ବାର୍
6/01/2020 at 4:32 PM

ବଲାଙ୍ଗୀର୬/୧: ବଲାଙ୍ଗୀର ଜିଲ୍ଲା ତୁଷୁରା ଅଞ୍ଚଳରୁ ଗଞ୍ଜେଇ ମାଫିଆ ଗିରଫ । ଗିରଫ ଯୁବକର ନାଁ ସଚିନ୍। ତା’ ନିକଟରୁ ୭ କେଜି ଗଞ୍ଜଇ ଜବତ କରିଛି ଅବକାରୀ ବିଭାଗ ।ଦୀର୍ଘ ଦିନ ଧରି ସଚିନ୍ ତୁଷୁରା ଅଞ୍ଚଳରେ ଗଞ୍ଜେଇ ସହ ଓ ବିଭିନ୍ନ ପ୍ରକାର ନିଶା ବ୍ୟବସାୟ କରୁଥିଲା।

ଏନେଇ ସଚିନକୁ ଅବକାରୀ ପୋଲିସ ଅଧିକ ଜାରି ରଖିଛି। ବଲାଙ୍ଗୀର ଜିଲ୍ଲାର ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି ତୁଷୁରା । ଏଠାରେ ଦୀର୍ଘ ବର୍ଷ ଧରି କିଛି ଯୁବକ ଗଞ୍ଜେଇ, ନିଶା ବଟିକା ବ୍ୟବସାୟ କରୁଥିବା ପେ।ଲିସ ପାଖରେ ଖବର ରହିଥିଲା । ତେବେ ଗତ କାଲି ପାଟ୍ରୋଲିଂ ବେଳେ ଜଣେ ଗଞ୍ଜେଇ ବେପାରୀକୁ କାବୁ କରିଛି ଅବକାରୀ ପେ।ଲିସ ।