Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବର୍ଷାଙ୍କ ସ୍ବାମୀକୁ ଗିରଫ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

25/12/2019 at 3:15 PM

ବେଙ୍ଗାଲୁର୨୫/୧୨: ​‌ବେଙ୍ଗାଲୁରରେ ରହୁଥିବା ଓଡ଼ିଆ ବୋହୂଙ୍କ ଆତ୍ମହତ୍ୟା ଘଟଣାରେ ବର୍ଷାଙ୍କ ସ୍ବାମୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଶାଶୁ ଓ ଶ୍ବଶୁରଙ୍କୁ ଅଟକ ରଖି ପୋଲିସ ପଚରାଉଚାର ଚାଲିଛି। ବର୍ଷାଙ୍କ ନଣନ୍ଦ ଫେରାର୍‌ ଅଛନ୍ତି। ବର୍ଷାଙ୍କ ଶବ ବ୍ୟବଚ୍ଛେଦ ପରେ ପୋଲିସଙ୍କ ଉପସ୍ଥିତିରେ ଶବ ଦାହ କରାଯାଇଛି। ବର୍ଷାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଉ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି। ଏଥିସହ ପୋଲିସଙ୍କ ଉପସ୍ଥିତିରେ ବର୍ଷାଙ୍କ ପୁଅକୁ ବାପଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହାସହ ବର୍ଷାଙ୍କ ଏଟିଏମ କାର୍ଡ ସହ ଅନ୍ୟ ଜିନିଷ ବର୍ଷାଙ୍କ ବାପଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଝିଅର ମୃତ୍ୟୁ ପାଇଁ ପରିବାର ଲୋକ ତାଙ୍କ ଶାଶୁଘର ଲୋକଙ୍କୁ ଦାୟୀ କରୁଛନ୍ତି। ଅନ୍ୟପଟେ ବର୍ଷାଙ୍କ ଶାଶୁଘର ଲୋକ ଏ କଥାକୁ ଖଣ୍ଡନ କରିଛନ୍ତି।

ବେଙ୍ଗାଲୁରରେ ବର୍ଷା ପ୍ରିୟଦର୍ଶିନୀଙ୍କର ସନ୍ଦେହ ଜନକ ମୃତ୍ୟୁ ପୁରା ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି କରିଛି । ବେଙ୍ଗାଲୁରରେ ଥିବା ବକିଲ୍‌ ମଙ୍ଗୋଲିଆରେ ବର୍ଷା ନିଜ ସ୍ୱାମୀ ଓ ୩ ବର୍ଷର ପୁଅ ସହ ରହୁଥିଲେ । ସେ ବାଓକନ୍‌ କମ୍ପାନୀରେ ସିନିୟର ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଥିଲେ । ବର୍ଷା ପ୍ରିୟଦର୍ଶନୀଙ୍କ ସ୍ୱାମୀ ରତିକାନ୍ତ ରଥ । ଆର୍ଥ ମୁଭରସ୍‌ କମ୍ପାନୀରେ କାମ କରନ୍ତି ।

ସେ ୨୧ ତାରିଖ ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ବର୍ଷାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ବର୍ଷାଙ୍କ ଘର କୋଣାର୍କ ଖାନା ଆମ୍ବିଲ ଗାଁରେ । ବର୍ଷାଙ୍କୁ ତାଙ୍କ ଶାଶୁଘର ଲୋକ ନିର୍ଯ୍ୟାତନା ଦେବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

   Related Posts