Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆଫଗାନିସ୍ତାନରେ ଶିୟା ସମ୍ପ୍ରଦାୟ ଉପରେ ହମଲା: ପ୍ରାର୍ଥନା ବେଳେ ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

8/10/2021 at 6:05 PM

ନୂଆଦିଲ୍ଲୀ ୦୮/୧୦ : ଆଫଗାନିସ୍ତାନର କୁନ୍ଦୁଜ ପ୍ରାନ୍ତରେ ଶିୟା ସମ୍ପ୍ରଦାୟ ସହ ଜଡିତ ଏକ ମସଜିଦରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଥିବା ଜଣାପଡିଛି। ଲୋକେ ଅପରାହ୍ନ ପ୍ରାର୍ଥନା ପାଇଁ ମସଜିଦରେ ଏକାଠି ହୋଇଥିବା ସମୟରେ ବିସ୍ଫୋରଣ ହୋଇଛି।

ଆଫଗାନିସ୍ତାନର ଉତ୍ତର ପ୍ରାନ୍ତ କୁନ୍ଦୁଜର ସେୟଦ ଅବାଦ ମସଜିଦରେ ଅପରାହ୍ନରେ ପ୍ରାର୍ଥନା ସମୟରେ ଜୋରଦାର ବିସ୍ଫୋରଣ ହୋଇଛି। ଋଷି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଛନ୍ତି। ସୋସିଆଲ ମିଡ଼ିଆରେ ବିସ୍ଫୋରଣର କିଛି ଫଟୋ ଭାଇରାଲ ହୋଇଛି। ମସଜିଦର ବିଭିନ୍ନ ସ୍ଥାନରେ ଶବ ବିଛେଇ ହୋଇ ପଡିଥିବା ଫଟୋରେ ଦେଖିବାକୁ ମିଳିଛି। ନ୍ୟୁଜ ଏଜେନ୍ସି ଏଏଫପି କହିଛି ଯେ ବିସ୍ଫୋରଣରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ଥାନୀୟ ପ୍ରଶାସନ ମଧ୍ୟ ବିସ୍ଫୋରଣ ସମ୍ପର୍କରେ ସ୍ପଷ୍ଟ କରିଛି। କିନ୍ତୁ ମୃତାହତଙ୍କ ବିଷୟରେ ସୂଚନା ଦେଇନାହିଁ। ଏବେ ଯାଏଁ କୌଣସି ସଂଗଠନ ହମଲା ପାଇଁ ଦାୟୀ ଦାବି କରିନାହାନ୍ତି। ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଏଠାରେ ଇସ୍ଲାମିକ ଷ୍ଟେଟ ହମଲା କରୁଛି। ଦୁଇ ସଂଗଠନ ମଧ୍ୟରେ ବିବାଦ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଗତ ରବିବାର ଦିନ କାବୁଲରେ ମଧ୍ୟ ଏକ ମସଜିଦ ବାହାରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୩୨ ଜଣ ଆହତ ହୋଇଥିଲେ।

   Related Posts