‘ଏଲଓସିର ବିଭିନ୍ନ ଲଞ୍ଚ ପ୍ୟାଡ୍‌ରେ ଅନୁପ୍ରବେଶ ଲାଗି ଅପେକ୍ଷାରେ ଅଛନ୍ତି ୪୦୦ ଆତଙ୍କବାଦୀ’

Published By : Prameya-News7 Bureau | January 06, 2021 IST

ଜାମ୍ମୁ ୦୬/୦୧: ଯେତିକି ଯେତିକି ଶୀତ ବଢ଼ୁଛି ଭାରତରେ ପ୍ରବେଶ କରିବାକୁ ଆତଙ୍କବାଦୀ ସେତିକି ପ୍ରସ୍ତୁତ ହେଉଛନ୍ତି। ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଦେଇ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିବାକୁ ୪୦୦ ଆତଙ୍କବାଦୀ ଅପେକ୍ଷାରେ ଥିବା ସୂଚନା ମିଳିଛି। କିନ୍ତୁ ସୀମାରେ ସେନାର ଜୋରଦାର ଅପରେସନ୍‌ ସେମାନଙ୍କ ପ୍ରବେଶରେ ବାଧକ ସାଜିଛି। ସେନା କାର୍ଯ୍ୟନୁଷ୍ଠାନରେ ବିଚଳିତ ପାକିସ୍ତାନ ଏବେ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବାରେ ଅସମର୍ଥ ହେଉଥିବା ନେଇ ଜଣେ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ସୀମା ବରଫରେ ଆଚ୍ଛାଦିତ ହୋଇଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ଜାମ୍ମୁକାଶ୍ମୀରେ ଏଲ୍‌ଓସି ଦେଇ ପ୍ରବେଶ କରାଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ୨୦୧୯ ଅପେକ୍ଷା ୨୦୨୧ରେ ଆତଙ୍କବାଦୀ ଅନୁପ୍ରବେଶ କମିଛି। ୨୦୧୯ରେ ୧୪୧ ଆତଙ୍କବାଦୀ ଓ ୨୦୨୦ ୪୪ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଥିଲେ। ଭାରତୀୟ ସେନାର ଅନୁପ୍ରବେଶ ବିରୋଧୀ ଅପରେସନ୍‌ ଆତଙ୍କବାଦୀଙ୍କ ପାଇଁ କାଳ ସାଜିଛି। ମୁଖ୍ୟ ଅନୁବ୍ରବେଶ ପଥ ଜଗି ଦେଇଛନ୍ତି ସେନା। ୨୦୨୦ରେ ଭାରତୀୟ ସେନା ୫୧୦୦ ଅସ୍ତ୍ରବିରିତି ଉଲ୍ଲଂଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

୨୦୦୩ଠାରୁ ୨୦୨୦ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ଅଧିକ ଥର କରିଛି। ଏଥିରେ ପାକିସ୍ତାନ ମୋର୍ଟାର ଓ ଅନ୍ୟ ଯୁଦ୍ଧାସ୍ତ୍ର ପ୍ରୟୋଗ ବି କରୁଛି। ବଭିନ୍ନ ଲଞ୍ଚ ପ୍ୟାଡ୍‌ରେ ୩୦୦ରୁ ୪୧୫ ଆତଙ୍କବାଦୀ ଏଲଓସି ଦେଇ ଜାମ୍ମୁକାଶ୍ମୀର ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ଏମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ସେନା ଅଧିକାରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ୧୭୫ରୁ ୨୧୦ ଆତଙ୍କବାଦୀ ଏଲଓସି ପାଖ ଲଞ୍ଚ ପ୍ୟାଡ୍‌ରେ, ୧୧୯ରୁ ୨୧୬ ଆତଙ୍କବାଦୀ ଏଲଓସିର ଅନ୍ୟ ପାଖରେ ଅନୁପ୍ରବେଶ ପାଇଁ ସଜାଗ ହୋଇ ରହିଛନ୍ତି। କେବଳ ସେତିକି ନୁହେଁ ସୁଡ଼ଙ୍ଗ କରି ପାକିସ୍ତାନ ଏଜେନ୍ସି ଆତଙ୍କବାଦୀଙ୍କୁ ଜାମ୍ମ କାଶ୍ମୀର ପଠାଇବାକୁ ଯୋଜନା କରୁଛନ୍ତି। ସେମାନଙ୍କ ସହ ଯୁଦ୍ଧାସ୍ତ୍ର, ଗୋଳା ବାରୁଦ ବି ପଠାଯାଉଛି ବୋଲି ଜଣାପଡ଼ିଛି। ଡ୍ରୋନ୍‌ ସାହାଯ୍ୟରେ ଜାମ୍ମୁକାଶ୍ମୀରକୁ ପାକିସ୍ତାନ ଯୁଦ୍ଧାସ୍ତ୍ର ପଠାଉଛି।

ଏଭଳି ୨୦ ପ୍ରବେଶ ପଥ ଖୋଜି ପାଇଛି ଭାରତୀୟ ସେନା। ତେବେ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ସୀମାରେ ତ୍ରୀସ୍ତରିୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମେ ଆର୍ମୀ ଓ ବିଏସଏଫ୍‌ ଜଗି ରହିଥିବା ବେଳେ ଭିଲେଜ୍‌ ଡିଫନ୍ସେ କମିଟି ମଧ୍ୟ ସଜାଗ ରହିଛି। ପାଟ୍ରୋଲିଂ ଡ୍ରୋନ୍‌ ମଧ୍ୟ ମୁତୟନ ହୋଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.