Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

Covid-19 ଯୋଗୁ ଭାରତରେ ପ୍ରଭାବିତ ହେବ ୩୭୫ ନିୟୁତ ଶିଶୁଙ୍କ ଭବିଷ୍ୟତ : CSE ରିପୋର୍ଟ

26/02/2021 at 5:28 PM

ନୂଆଦିଲ୍ଲୀ ୨୬।୨: ଭାରତରେ ୦-୧୪ ବର୍ଷର ଅନୁନ୍ୟ ୩୭୫ ନିୟୁତ ଶିଶୁଙ୍କ ଉପରେ କୋଭିଡ-୧୯ ବୈଶ୍ୱିକ ମହାମାରୀର ଦୀର୍ଘସ୍ଥାୟୀ ପ୍ରଭାବ ପଡିପାରେ।  ଏପରି ଆକଳନ କରିଛନ୍ତି ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରନ ମେଣ୍ଟ(ସିଏସଇ)। ଏ ନେଇ ସଂସ୍ଥା ପକ୍ଷରୁ ଗୁରୁବାର ଜାରି ରିପୋର୍ଟରେ ଏହି ଶିଶୁମାନେ ଆଗାମୀ କେତେ ଦଶକ ପର୍ଯ୍ୟନ୍ତ ମହାମାରୀର ଦୁଷ୍ପ୍ରଭାବର ଶିକାର ରହିପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। 

ଅଧିକାଂଶ ଶିଶୁ ଅପପୁଷ୍ଟି, ଦୀର୍ଘ ସମୟ ବିଦ୍ୟାଳୟ ବନ୍ଦ ରହିବା ଯୋଗୁ ଶିକ୍ଷାକ୍ଷେତ୍ରରୁ ଦୂରେଇବା ସହ ଅନ୍ୟ ଅନେକ ଦୁଷ୍ପରିଣାମର ଶିକାର ହୋଇ ପାରନ୍ତି ବୋଲି ସିଏସଇ ରିପୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁସାରେ ଭାରତରେ ୩୧ ଡିସେମ୍ବର ୨୦୨୦ ସୁଧା ଅନୁନ୍ୟ ୨.୫କୋଟିରୁ ଅଧିକ ଶିଶୁଙ୍କ ଜନ୍ମ ହୋଇଛି। ଅର୍ଥାତ ଏକ ସମ୍ପୂର୍ଣ୍ଣ ପିଢୀ ଶତାବ୍ଦୀର ଦୀର୍ଘ ମହାମାରୀ କାଳରେ ଜନ୍ମ ନେଇଛି।

ଏହି ଶିଶୁମାନେ ଯେତେବେଳେ ବଡ଼ ହେବେ ମହାମାରୀ ସେମାନଙ୍କ ଲାଗି ସ୍ମୃତିପଟଳରେ ସ୍ମରଣୀୟ ହୋଇ ରହିବ। ଏହା ଛଡା ୩୫କୋଟିରୁ ଅଧିକ ଶିଶୁ ମହାମାରୀର ଦୁଷ୍ପରିଣାମକୁ ଜୀବନ ବ୍ୟାପି ନିଜ ସହ ବୋହି ଚାଲିବେ। ୟୁନିସେଫ ଅନୁସାରେ କରୋନା ଭାଇରସ ମହାମାରୀ ଲାଗି ସାରା ବିଶ୍ୱରେ ବିଦ୍ୟାଳୟ ବନ୍ଦ ରହିଥିଲା। ଫଳରେ କୋଟିକୋଟି ଶିଶୁ ବିଦ୍ୟାଳୟ ମିଡଡେ ମିଲରୁ ବଞ୍ଚିତ ହୋଇଛନ୍ତି।

ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ବିଦ୍ୟାଳୟ ବନ୍ଦ ରହିବା କାରଣରୁ ଅନୁନ୍ୟ ୫୦ କୋଟି ଶିଶୁଙ୍କୁ ବିଦ୍ୟାଳୟରୁ ବାହାରେ ରହିବାକୁ ପଡିଛି। ଯେଉଁମାନଙ୍କ ମଧ୍ୟରୁ ଅଧାରୁ ଅଧିକ କେବଳ ଭାରତର। ଏଥିରେ ୨୦୩୦ ସୁଧା ଦେଶର ବଞ୍ଚିତ ଶିଶୁଙ୍କ ସଂଖ୍ୟା ୨.୫କୋଟିକୁ ହ୍ରାସ ଲାଗି ଭାରତ ସରକାରଙ୍କ ଯୋଜନା ମଧ୍ୟ ପ୍ରଭାବିତ ହୋଇଥିବା ରିପୋର୍ଟରେ କୁହାଯାଇଛି।  

   Related Posts