Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ନିର୍ବାଚନ ପୂର୍ବରୁ ଅଶାନ୍ତ ପଶ୍ଚିମବଙ୍ଗ : ବିପୁଳ ପରିମାଣର ଦେଶୀ ବୋମା ଜବତ, ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ

9/03/2021 at 5:01 PM

କୋଲକାତା ୦୯/୦୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳମାନଙ୍କର ନିର୍ବାଚନୀ ରାଲି ମଧ୍ୟ ଜୋରଦାର ହେବାରେ ଲାଗିଛି । ଟିଏମସି ଏବଂ ବିରୋଧୀ ବିଜେପିର ରାଜ୍ୟ ଏବଂ କେନ୍ଦ୍ରୀୟ ହେଭିଓ୍ବେଟ୍‌ମାନେ ପ୍ରଚାର ମଙ୍ଗ ଧରିଛନ୍ତି । କିନ୍ତୁ ଏବେ ରାଜନୈତିକ ହିଂସା ଆଶଙ୍କା ମଧ୍ୟ ଦେଖାଗଲାଣି । ଏହାରି ମଧ୍ୟରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଭାଙ୍ଗର ଅଞ୍ଚଳରୁ ବିପୁଳ ପରିମାଣର ବୋମା ଜବତ କରିଛି ପୋଲିସ । ନିର୍ବାଚନ ପୂର୍ବରୁ ୨ ଶହ କ୍ରୁଡ୍‌ ବୋମା ମିଳିବା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।

ଏତେ ପରିମାଣର ବୋମା ମିଳିବା ପରେ ପୋଲିସ ସକ୍ରିୟ ହୋଇଉଠିଛି । କାଶୀପୁର ପୋଲିସ ମାମଲାର ଯାଞ୍ଚ କରୁଛି । ଏତେ ପରିମାଣର ବୋମା କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ଏବଂ କେଉଁଠାରେ ବିସ୍ଫୋରଣ ପାଇଁ ଷଡଯନ୍ତ୍ର ରଚାଯାଇଥିଲା ତାହା ଖୋଜିବା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ କ୍ରୁଡ୍‌ ବୋମା ବିସ୍ଫୋରଣ ହୋଇଥିଲା । ଘଟଣାରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ଘଟିଥିଲା ଏବଂ ୫ ଜଣ ଗୁରୁତର ଆହତ ହୋଇଥିଲେ । ଟିଏମସି ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଥିଲା ବିଜେପି । ବର୍ତ୍ତମାନ ବିପୁଳ ପରିମାଣର କ୍ରୁଡ୍‌ ବୋମା ଜବତ ହେବାପରେ ପୋଲିସର ଚିନ୍ତା ବଢିଛି ।

   Related Posts