Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଏପର୍ଯ୍ୟନ୍ତ ପ୍ରାୟ ୧୮କୋଟି ଲୋକଙ୍କୁ ଦିଆଯାଇଛି କରୋନା ଟିକା : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

14/05/2021 at 1:13 PM

ନୂଆଦିଲ୍ଲୀ ୧୪।୫: ଦେଶରେ କୋଭିଡ୍-୧୯ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୧୮ କୋଟିରେ ପହଞ୍ଚିସାରିଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଦିନ ଏହି ସୂଚନା ଦେଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ଦିନ ୧୮-୪୪ ବର୍ଷ ବୟସର ୪,୩୭,୧୯୨ ଲୋକଙ୍କୁ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ଦିଆଯାଇଥିଲା । ଏହିଭଳି ଏହି ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭରୁ ଏପର୍ଯ୍ୟନ୍ତ ୩୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହି ବର୍ଗର ୩୯,୧୪,୬୮୮ ଜଣଙ୍କୁ ଟିକାକରଣ କରାଯାଇସାରିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ,  ‘ରାତି ୮ଟା ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀ ରିପୋର୍ଟ ଅନୁଯାୟୀ, ଦେଶରେ କୋଭିଡ୍-୧୯ ଟିକାର ୧୭,୯୧,୭୭,୦୨୯ ଡୋଜ୍ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୯୬,୧୬,୬୯୭ ଏଭଳି ସ୍ବାସ୍ଥ୍ୟ କର୍ମୀ ଅଛନ୍ତି ଯେଉଁମାନଙ୍କୁ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ଦିଆଯାଇସାରିଛି । ଏହାସହ ୬୬,୦୨,୫୫୩ ସ୍ବାସ୍ଥ୍ୟ କର୍ମୀଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇସାରିଛି । ଆଡଭାନ୍ସ ଫ୍ରଣ୍ଟର ୧,୪୩,୧୪,୫୬୩ କର୍ମୀଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ ସମାନ ବର୍ଗର ୮୧,୧୨,୪୭୬  କର୍ମୀଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇସାରିଛି । ଏହା ବ୍ୟତୀତ ୧୮-୪୪ ବର୍ଷ ବୟସର ୩୯,୧୪,୬୮୮ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇସାରିଛି ।

ଟିକାକରଣ ଅଭିଯାନ ସମୟରେ ୪୫ ରୁ ୬୦ ବର୍ଷ ବୟସର ୫,୬୫,୮୨,୪୦୧ ଲୋକଙ୍କୁ ଏବଂ କୋଭିଡ-୧୯ ଟିକା ର ପ୍ରଥମ ଡୋଜ୍ ତଥା ୮୫,୧୪୫୫୨ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇସାରିଛି । ଏହା ବ୍ୟତୀତ ୬୦ ବର୍ଷରୁ ଅଧିକ ୫,୪୨,୩୨,୫୯୮ ଲୋକଙ୍କୁ ପ୍ରଥମ ଡୋଜ୍ ଏବଂ ୧,୭୨,୮୬,୫୦୧ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇସାରିଛି । ଟିକାକରଣ ଅଭିଯାନର ୧୧୮ତମ ଦିନ ଅର୍ଥାତ୍ ମେ’ ୧୩ରେ ୧୯,୭୫,୧୭୬ ଡୋଜ୍ ଦିଆଯାଇଛି । ମନ୍ତ୍ରଣାଳୟ ଅନୁସାରେ ରାତି ୮ଟା ଯାଏଁ ମଧ୍ୟବର୍ତ୍ତୀ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୧୦,୧୦,୮୫୬ ଲୋକଙ୍କୁ ପ୍ରଥମ ଡୋଜ ଏବଂ ୯,୬୪,୩୨୦ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇସାରିଛି ।

   Related Posts