ଅକ୍ଟୋବର ମାସରେ ଦିଲ୍ଲୀରେ ଚିହ୍ନଟ ହେଲେ ୧୨୦୦ ଡେଙ୍ଗୁ ରୋଗି, ବିଗତ ଚାରି ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଆକ୍ରାନ୍ତ

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ୦୩/୧୧ : ଦିଲ୍ଲୀରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧,୫୩୦ରୁ ଅଧିକ ଡେଙ୍ଗୁ ରୋଗି ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କେବଳ ୧,୨00 ମାମଲା ଅକ୍ଟୋବରରେ ପଞ୍ଜୀକୃତ ହୋଇଛି। ଗତ ଚାରି ବର୍ଷ ମଧ୍ୟରେ ଅକ୍ଟୋବର ମାସରେ ଏହା ସବୁଠାରୁ ଅଧିକ ସଂଖ୍ୟାର ମାମଲା ଅଟେ। ସରକାରୀ ତଥ୍ୟରୁ ଏହି ସୂଚନା ମିଳିଛି।

ନଗର ନିଗମ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ,ଅକ୍ଟୋବର ୨୦୧୭ ରେ ରାଜଧାନୀରେ ୨,୦୨୨ ମାମଲା ସାମ୍ନାକୁ ଆସିଥିଲା। ଗତ ସୋମବାର ଡେଙ୍ଗୁ ଯୋଗୁଁ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ସହ ସହରରେ ମୋଟ ମୃତକଙ୍କ ସଂଖ୍ୟା ୬ କୁ ବଢ଼ିଛି। ୨୦୧୭ ମସିହାରେ ସବୁଠାରୁ ଅଧିକ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

ସୋମବାର ଦିନ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ଋତୁରେ ଅକ୍ଟୋବର ୩୦ ପର୍ଯ୍ୟନ୍ତ ୧,୫୩୭ ଡେଙ୍ଗୁ ରୋଗି  ଚିହ୍ନଟ ହୋଇଛନ୍ତି । ଯାହାକି ୨୦୧୮ ମସିହା ପରେ ଏହି ସମୟ ମଧ୍ୟରେ ସବୁଠାରୁ ଅଧିକ। ଏହି ବିଷୟରେ ତଥ୍ୟ ସଂଗ୍ରହ ପାଇଁ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ହେଉଛି ଏକମାତ୍ର ନୋଡାଲ୍ ଏଜେନ୍ସି ।

ରିପୋର୍ଟ ଅନୁସାରେ ଚଳିତ ବର୍ଷ ଦିଲ୍ଲୀରେ ହୋଇଥିବା ମୋଟ ଡେଙ୍ଗୁ ରୋଗ ମଧ୍ୟରୁ ଅକ୍ଟୋବର ୧ ରୁ ୩୦ତାରିଖ ମଧ୍ୟରେ ୧,୧୯୬ ଜଣ ରୋଗି ଚିହ୍ନଟ ହୋଇଛନ୍ତି। ଗତ ପାଞ୍ଚବର୍ଷ ମଧ୍ୟରେ ଅକ୍ଟୋବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୧୬ ରେ ୧,୫୧୭ଜଣ, ୨୦୧୭ରେ ୨,୦୨୨ ଜଣ  ୨୦୧୮ରେ ୧,୧୧୪ଜଣ ୨୦୧୯ରେ ୭୮୭ଜଣ ଓ ୨୦୨୦ରେ ୩୪୬ ଜଣ ରୋଗି ଥଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.