Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସଚେତନ ହେଉଛନ୍ତି ଜନତା, ୩ ଦିନ ମଧ୍ୟରେ ୫୦ ଲକ୍ଷ ଥର ଡାଉନଲୋଡ୍ ହୋଇଛି ଆରୋଗ୍ୟ ସେତୁ ଆପ୍

5/04/2020 at 12:02 PM

ନୂଆଦିଲ୍ଲୀ, ୦୫|୦୪:  ଭାରତ ସରକାର କିଛି ଦିନ ପୂର୍ବରୁ ଆରୋଗ୍ୟ ସେତୁ ଆପକୁ ଆଣ୍ଡ୍ରୋଏଡ ଓ ଆଇଓଏସ ୟୁଜର୍ସଙ୍କ ପାଇଁ ଲଞ୍ଚ୍ କରିଥିଲେ । ଏହି କୋଭିଡ-୧୯ ଟ୍ରାକିଂ ଆପ୍ ବ୍ଲୁଟୁଥ୍ ଓ ଲୋକେସନ ସାହାଯ୍ୟରେ କରୋନା ସଂକ୍ରମିତ ଆପଣଙ୍କ ନିକଟତର ହେଲେ ସୂଚନା ଦେଇଥାଏ । ଏହି ଆପ୍ ଲଞ୍ଚ୍ ହେବାର ୩ ଦିନ ମଧ୍ୟରେ ହିଁ ଏହାକୁ ୫ ମିଲିୟନ ବା ୫୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି ।

ଏହି ଆପ୍ ୟୁଜରଙ୍କୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ନା ନାହିଁ ସେନେଇ ତଥ୍ୟ ଦେଇଥାଏ । ଏହି ଆପ୍ ୟୁଜରଙ୍କୁ ସଚେତନ କରିବା ସହ ୬ ଫୁଟ୍ ଦୂରରେ କେହି ସଂକ୍ରମିତ ଥିଲେ ସୂଚନା ଦେଇଥାଏ । ଖବର ଲେଖାଯିବା ବେଳକୁ ଏହି ଆପକୁ ପ୍ଲେଷ୍ଟାେରରୁ ୫୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି ।

ନିତି ଆୟୋଗର ପ୍ରୋଗ୍ରାମ ଡାଇରେକ୍ଟର ଅର୍ଣ୍ଣବ କୁମାର ଟ୍ୱିଟ କରି କହିଛନ୍ତି ଯେ, ଲଞ୍ଚିଂ ପରେ ଏହି ଆଫକୁ ୩ ଦିନରେ ୮୦ ଲକ୍ଷ ଥର ଡାଉନଲୋଡ କରାଯାଇଛି । ଆପ୍ ଷ୍ଟୋର ଡାଉନଲୋଡର ପ୍ରକୃତ ସଂଖ୍ୟା ବାବଦରେ ସୂଚନା ଦେଇନଥାଏ । ଆରୋଗ୍ୟ ସେତୁ ଆପ୍ ଫ୍ରି ସେକସନରେ ଟପରେ ରହିଛି । ଏହାସହ ହେଲ୍ଥ ଓ ଫିଟନେସ୍ ଟିପସ୍ ମଧ୍ୟ ଏହି ଆପ୍ ପ୍ରଦାନ କରିଥାଏ ।

   Related Posts